ପୁଅକୁ ଖୋଜିବା ପାଇଁ ମହିଳାଙ୍କ ଅଭିନବ ପ୍ରୟାସ

କିଛି ବର୍ଷ ହେବ ଲଗାତାର ସକାଳୁ କବାଟ ଖୋଲିବା ମାତ୍ରେ ଏକ ସାଧାକାଗଜରେ କିଛି ଲେଖା ହୋଇ ପଡୁଥିବା ଗ୍ରାମବାସୀ ଦେଖିବାକୁ ପାଉଛନ୍ତି । ଏହି କାଗଜରେ ଜୀବିତ ଥିବା ଏକ ପ୍ରମାଣ ଛାଡ଼ି ଯାଉଛନ୍ତି ଜଣେ ଅଜଣା ମହିଳା । ପ୍ରଥମେ ଲୋକେ ଏହାକୁ ବୁଝି ପାରୁ ନ ଥିଲେ । କିନ୍ତୁ ପରେ ଯେତେବେଳେ ସମ୍ପୂର୍ଣ୍ଣ କାହାଣୀ ଜାଣିଲେ ସେତେବେଳେ ଆଶ୍ଚର୍ଯ୍ୟ ହୋଇଗଲେ । ସାଧା କାଗଜରେ ଲେଖା ହୋଇଥିବା କାହାଣୀ ବହୁ ମର୍ମସ୍ପର୍ଶୀ । ପ୍ରାୟ ୮ ବର୍ଷ ପୂର୍ବର ଏହି କାହାଣୀ । ଯେତେବେଳେ ସମ୍ପୃକ୍ତା ମହିଳାଙ୍କ ସ୍ୱାମୀଙ୍କ ଦେହାନ୍ତ ହୋଇଥିଲା, ତାଙ୍କର ୪୭ ବର୍ଷୀୟ ପୁତ୍ରଙ୍କ ମାନସିକ ସ୍ଥିତି ଠିକ୍ ନ ଥିଲା । ୩ ବର୍ଷ ପରେ ଘର ଛାଡ଼ି ପୁଅ ଚାଲିଗଲେ । କୁହାଯାଏ, ଜଣେ ମାଆର ମମତା କେବେ ହାରେ ନାହିଁ । ଆଜି ବି ସେହି ମହିଳାଙ୍କ ସ୍ନେହ ମମତା ତାଙ୍କ ପୁଅର ଫେରିବା ବାଟକୁ ଚାହିଁ ରହିଛି । ଏଥିପାଇଁ ସାଧାକାଗଜରେ ବଞ୍ଚିଥିବା ସମ୍ପର୍କରେ ଏକ ଲେଖା ସମସ୍ତଙ୍କ ଦୁଆରରେ ଝୁଲାଇ ଦେଇ ଯାଉଛନ୍ତି । ଏହି ମହିଳାଙ୍କୁ ବର୍ତ୍ତମାନ ୮୭ ବର୍ଷ । କାଗଜରେ ଲେଖି ଝୁଲାଇବାର କାରଣ ହେଉଛି ଲୋକେ ଜାଣନ୍ତୁ ଯେ, ସେ ବଞ୍ଚିଛନ୍ତି । ଆଉ ଆଜି ବି ସେ ତାଙ୍କ ପୁଅକୁ ଖୋଜୁଛନ୍ତି । କାଳେ କେତେବେଳେ କେହି ତାଙ୍କ ପୁଅର ଠିକଣା ଦେଇଦେବେ । ଏହି ଭରସା ନେଇ ସେ ପ୍ରତିଦିନ ସମସ୍ତଙ୍କ ଦୁଆରରେ ଏକ ସାଧା କାଗଜରେ ବଞ୍ଚିଥିବାର ପ୍ରମାଣ ଛାଡ଼ିଯାଉଛନ୍ତି ।
ହିମାଳୟର କାଙ୍ଗଡ଼ା ଜିଲ୍ଲା ଶାହପୁରରେ ଏକାକୀ ଜୀବନ କାଟୁଛନ୍ତି ୮୭ ବର୍ଷୀୟା କୌଶଲ୍ୟା ପଠାନିୟା । ଜଙ୍ଗଲ ମଧ୍ୟରେ ଏକ ଝୁମ୍ପୁଡ଼ିରେ ରହୁଛନ୍ତି । କୌଶଲ୍ୟା ସ୍ୱାମୀ, ଶାଶୂ, ଶ୍ୱଶୁର, ଝିଅପୁଅଙ୍କ ସହିତ ହସଖୁସିରେ ରହୁଥିଲେ । ଆଜି ସମୟ ବଦଳିଯାଇଛି । ତାଙ୍କ ପାଖରେ ଆଉ କେହି ନାହାନ୍ତି । କିନ୍ତୁ ଏବେ ବି କୌଶଲ୍ୟାଙ୍କ ପୂର୍ବ କଥା ମନେରହିଛି । ସେ ତାଙ୍କ ମାନସିକ ବିକାରଗ୍ରସ୍ତ ପୁଅ ବୁଦ୍ଧି ସିଂହଙ୍କୁ ଖାଜୁଛନ୍ତି । ତା’ ବାଟକୁ ଚାହିଁ ରହିଛନ୍ତି । କେବେ ମାଆର ମମତା ନିକଟକୁ ପୁଅ ଫେରିବ?

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ