ପୁଅର ଚୁଟି କାଟିଲେ ସଚିନ

ମୁମ୍ବାଇ: କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଲକଡାଉନରେ ଘରେ ରହିଛନ୍ତି । ସେ କରୋନା ବା କୋଭିଡ-୧୯ ମହାମାରୀ ଲଢେ଼ଇରେ ସାମିଲ ରହିଛନ୍ତି । ସୋସିଆଲ ମିଡିଆରେ ଜନସାଧାରଣଙ୍କୁ ନିୟମିତ ସଚେତନ କରାଇବା ଏବଂ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପାଳନ କରିବାକୁ ନିବେଦନ କରୁଛନ୍ତି । କିନ୍ତୁ ତାଙ୍କୁ ଭିନ୍ନ ରୂପରେ ଦେଖିବାକୁ ମିଳିଛି । ସେ ବାରିକ (ଚୁଟି କାଟୁଥିବା ବ୍ୟକ୍ତି) ସାଜି ପୁଅ ଅର୍ଜୁନର ଚୁଟି କାଟୁଥିବାର ଭିଡିଓ ଭାଇରାଲ ହୋଇଛି । ସଚିନ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଅର୍ଜୁନର ଚୁଟି କାଟୁଥିବାର ଦେଖିବାକୁ ମିଳିଛି । ସେ ଏଥିରେ ଉଲ୍ଲେଖ କରିଛନ୍ତି, ଜଣେ ବାପା ଭାବେ ସବୁ କିଛି କରିବାକୁ ପଡ଼ିଥାଏ । ପିଲାଙ୍କ ସହ ଖେଳିବା ହେଉ, ଜିମ କରିବା ହେଉ କିମ୍ବା ଚୁଟି କାଟିବା ହେଉ । ଯାହା ବି ହେଉ ଚୁଟି କଟା ସରିଛି, ତୁମେ ସବୁବେଳେ ହ୍ୟାଣ୍ଡସମ (ସୁନ୍ଦର) ଅର୍ଜୁନ । ଚୁଟି କଟାରେ ସହଯୋଗ ପାଇଁ ସାରା (ଝିଅ) ଙ୍କୁ ସ୍ୱତନ୍ତ୍ର ଧନ୍ୟବାଦ ।’ ସଚିନଙ୍କ ଏହି ଭିଡିଓଟି ଇନଷ୍ଟାଗ୍ରାମରେ ପ୍ରଶଂସକମାନେ ଖୁବ ପ୍ରଶଂସା କରିଛନ୍ତି । ସୂଚନା ଯୋଗ୍ୟ, ସଚିନ ପୂର୍ବରୁ ସାରାଙ୍କ ଦ୍ୱାରା ପ୍ରସ୍ତୁତ ‘ବିଟରୁଟ କବାବ’ ର ଭିଡିଓ ପୋଷ୍ଟ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ