ପୁଣି ଏକ ସଫଳତା ହାସଲ କଲା ଛତ୍ରପୁର ର ୟୁରୋ ସ୍କୁଲ; ଏସିଆନ୍ ଏଜୁକେସନ୍ ୨୦୨୦ ସମ୍ମାନରେ ସମ୍ମାନିତ
ଛତ୍ରପୁର,(ଦେବଦତ୍ତ ମହାରଣା) : ଛତ୍ରପୁର ର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ୟୁରୋ ସ୍କୁଲକୁ ପୁଣି ମିଳିଛି ବଡ ସଫଳତା । ଶକ୍ତି ଏନ ଏଜୁକେସନ୍ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଆନ୍ତଃର୍ଯାତିକ ମାର୍କା ୟୁରୋ ସ୍କୁଲକୁ ଚଳିତ ବର୍ଷ ଏସିଆନ୍ ଏଜୁକେସନ୍ ୨୦୨୦ ସମ୍ମାନରେ ସମ୍ମାନିତ ହୋଇଛି । ଉତ୍ତମ ଶିକ୍ଷା ଓ ପରିଚାଳନା ସହିତ କରୋନା ମହାମାରୀ ସମୟରେ ଛାତ୍ରଛାତ୍ରୀମାନେ କିପରି ଶିକ୍ଷାରୁ ଦୂରେଇ ନ ରହିବେ ସେଥୀ ନିମନ୍ତେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଅବସ୍ଥିତ ୟୁରୋ ସ୍କୁଲ ପ୍ରଥମ କରି ଅନଲାଇନ୍ ମାଧ୍ୟମ ରେ ଶିକ୍ଷାପ୍ରଦାନ ଆରମ୍ଭ କରିଥିବାରୁ କାଇଟସ ପ୍ରଡlକ୍ସନ ସଂସ୍ଥା ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି l ପୂର୍ବରୁ ମଧ୍ୟ ବହୁ ସଂଗଠନ ପକ୍ଷରୁ ୟୁରୋ ସ୍କୁଲ କୁ ଉତ୍ତମ ଶିକ୍ଷାଦାନ ପ୍ରଦାନ କରୁଥିବା ରୁ ବହୁ ସମ୍ମାନ ପୁରସ୍କୃତ ହୋଇ ଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ,ପିଲିବନ୍ଧ ନିକଟସ୍ଥ ୟୁରୋ ସ୍କୁଲ ଏକ ନୂଆ ଧରଣରେ ଓ ଆଧୁନିକ ଶିକ୍ଷା ଭିତ୍ତିକ ପ୍ରଦାନ କରିବା ନିମନ୍ତେ ଗତ ତିନି ବର୍ଷ ତଳେ ଆରମ୍ଭ ହୋଇଥିଲା । ଏହା ସହ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସମସ୍ତ ମନୋରଞ୍ଜନ ଓ ବୈଷୟିକ ଶିକ୍ଷା ପ୍ରଦାନ କରି ଅଭିଭାବକ ଓ ଅଭିଭାବକ ମହଲରେ ପ୍ରଶଂସାର ପାତ୍ର ପାଲଟିଛୀ ।


