ପୁଣି ୨୦କୋଟି ଟଙ୍କାର ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କରାଗଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଓ ଆରକ୍ଷୀ ଅଧୀକ୍ଷକ ଜୟରାମ ଶତପଥୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ,ବନ,ରାଜସ୍ୱ ଓ ପୋଲିସ ବିଭାଗ ତରଫରୁ ମିଳିତ ଚଢାଉ କରାଯାଇ ପୁଣି ଆର.ଉଦୟଗିରି ଥାନା ଅଞ୍ଚଳରୁ ୨୦କୋଟିରୁ ଉର୍ଦ୍ଧ୍ୱ ମୁଲ୍ୟର ୧୦୨.୮୯ଏକର ଜଙ୍ଗଲ ଜମୀରେ ଚାଷ କରାଯାଇଥିବା ଚୋରା ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କରି ଦିଆଯାଥିବା ସୁଚନା ମିଳିଛି । ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଅନ୍ତର୍ଗତ କେଞ୍ଜାମେରା ଗ୍ରାମ ନିକଟସ୍ଥ ଜଙ୍ଗଲ ଠାରେ ଚାଷ କରାଯାିଥିବା ୨.୦୫.୭୮୦ ଚୋରା ଗଞ୍ଜେଇ ଗଛକୁ ଅବକାରୀ, ବନବିଭାଗ, ରାଜସ୍ୱ ଓ ପୋଲିସ ବିଭାଗର ମିଳିତ ଚଢାଉରେ ଜବତ କରାଯାଇ ନିଆଁ ଲଗାଇ ପୋଡି ଦିଆଯାଇଥିବା ସୁଚନା ମିଳିଛି । ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ପ୍ରାୟ ଆନୁମାନିକ ମୂଲ୍ୟ ୨୦ କୋଟି ଟଙ୍କା ହେବ ବୋଲି ଆର.ଉଦୟଗିରି ଆଇଆଇସି ରବୀନ୍ଦ୍ର ପଣ୍ଡା ସୁଚନା ଦେଇଛନ୍ତି । ଏହି ଚଢାଉରେ ଆର.ଉଦୟଗିରି ପୋଲିସ ସମେତ ଅବକାରୀ,ବନ ଓ ରାଜସ୍ୱ ବିଭାଗ କର୍ମଚାରୀଙ୍କ ମିଳିତ ଭାବେ ପାଦଚଲାରେ ବନ ପାହାଡ ଅତିକ୍ରମ କରି ଏଠାରେ ଚଢାଉ କରିଥିଲେ । ଆର.ଉଦୟଗିରି ତହସିଲଦାର ନାରାୟଣ ବେହେରା ଏହି ଚଢାଉରେ ମାଜଷ୍ଟେଟ ଭାବେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ