ସାମ୍ବାଦିକଙ୍କ ପିତୃ ବିୟୋଗରେ ବିଭିନ୍ନ ମହଲରେ ଶୋକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ତଥା ପାରଳାଖେମୁଣ୍ଡି ସହରର ସାମ୍ବାଦିକ ଶରୋଜ କୁମାର ପାଣୀଗ୍ରାହୀଙ୍କ ପିତା ସତ୍ୟନାରାୟଣ ପାଣିଗ୍ରାହୀଙ୍କ ବିୟୋଗ ଘଟିଛି । ସ୍ୱର୍ଗତ ପାଣିଗ୍ରାହୀ ଭୁବନେଶ୍ୱର ଠାରେ ବିଦ୍ୟୁତ ବିଭାଗରେ କାର୍ଯ୍ୟ କରି ଅବସର ଗ୍ରହଣ ପରେ ପାରଳାଖେମୁଣ୍ଡି ଠାରେ ନିଜସ୍ୱ ଖଞ୍ଜାସାହି ସ୍ଥିତ ବାସଗୃହରେ ରହିଆସୁଥିଲେ । ସେ ଜଣେ ମିଷ୍ଠଭାସୀ,ପରୋପକାରୀ ଓ ମେଳାପି ବ୍ୟକ୍ତି ଥିଲେ । ତାଙ୍କ ବିୟୋଗରେ ସମ୍ପୃକ୍ତ ଅଞ୍ଚଳର ବାସୀନ୍ଦାମାନଙ୍କ ସହ ଗଜପତି ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ଗଭିର ଶୋକ ପ୍ରକାଶ ପାଇଛି । ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ଗରୁଡଧ୍ୱଜ ଚୌଧୁରୀ,ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା ବରିଷ୍ଠ ସାମ୍ବାଦିକ ରଶ୍ମୀରଞ୍ଜନ ମିଶ୍ର,ଗଣେଶ ରାଜୁ,ନରସିଂହ ପଟ୍ଟନାୟକ,ଶିଶିର କୁମାର ଗୌଡ,କୃଷ୍ଣ କୁମାର ବେହେରା ପ୍ରମୁଖ ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ