ପୁରୀରେ ଉଚ୍ଛେଦ ଉଠାଦୋକାନୀମାନଙ୍କୁ ଥଇଥାନ ଦାବିରେ ନବୀନ ନିବାସ ଘେରାଉ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗତ କିଛିଦିନ ହେବ ପୁରୀ ପୌରପାଳିକା ଉଠାଦୋକାନୀ ଆଇନ ବା ସମ୍ବିଧାନର ଧାରା ୧୯(୧)ଛ ଓ ୨୨କୁ ନ ମାନି ଯେଉଁଭଳି ନମୋମୁଖୀ ଭାବରେ ଉଠାଦୋକାନ ଉଚ୍ଛେଦ କରି ଚାଲିଛନ୍ତି ତାହାର ପ୍ରତିବାଦରେ ଶୁକ୍ରବାର ଦିନ ତ୍ରିନାଥ କ୍ଷୁଦ୍ର ବ୍ୟବସାୟୀ ସଂଘର ସଭାପତି ଲୋକନାଥ ବେହେରାଙ୍କ ନେତୃତ୍ୱରେ ଶହ ଶହ ଉଠାଦୋକାନୀ ନବୀନ ନିବାସ ଘେରାଉ ପାଇଁ ଯାଉଥିବା ସମୟରେ ପୋଲିସ୍ ସେମାନଙ୍କୁ ବାଟରେ ଅଟକାଇଥିଲେ । ଏହାପରେ ପୋଲିସ୍ ଭାଇମାନଙ୍କ ସହ ଆଲୋଚନା ପରେ ସଂଘର ଏକ ପାଞ୍ଚଜଣିଆ ପ୍ରତିନିଧି ମଣ୍ଡଳୀ ପ୍ରଦିପ୍ତ ନାୟକ, ପ୍ରମୋଦ ନାୟକ, ସୁନିଲ ନାହାକ, ରବିଶଙ୍କର ସାହୁ ଏବଂ ଦିଗାମ୍ବର ଜେନା ପ୍ରମୁଖ ଯାଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ୮ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ ।ସିଂହଦ୍ୱାରରୁ ଉଚ୍ଛେଦ ହୋଇଥିବା ଉଠାଦୋକାନୀ ମାନଙ୍କୁ ତୁରନ୍ତ ଭେଣ୍ଡିଂଜୋନ ମାଧ୍ୟମରେ ଥଇଥାନ କରିବା, ଉଚ୍ଛେଦ ସମୟରେ ଆପଣ ଦେଇଥିବା ପ୍ରତିଶ୍ରୁତି ୭୫ ମିଟର ପରେ ତୁରନ୍ତ ଥଇଥାନ ବ୍ୟବସ୍ଥା କରାଯାଉ, ଝଗ୍ଧକ୍ସରରଗ୍ଧ ଠରଦ୍ଭୟକ୍ଟକ୍ସଗ୍ଦ (ଚକ୍ସକ୍ଟଗ୍ଧରମଗ୍ଧସକ୍ଟଦ୍ଭ କ୍ଟଲ ଖସଙ୍ଖରକ୍ଷସଷକ୍ଟକ୍ଟୟ ବଦ୍ଭୟ ଜରଶଙ୍କକ୍ଷବଗ୍ଧସକ୍ଟଦ୍ଭ କ୍ଟଲ ଝଗ୍ଧକ୍ସରରଗ୍ଧ ଠରଦ୍ଭୟସଦ୍ଭଶ) ଇମଗ୍ଧ-୨୦୧୪କୁ ତୁରନ୍ତ କାର୍ଯ୍ୟକାରୀ କରିବା, ସମ୍ବିଧାନର ଧାରା ୧୯(୧)ଛ ଓ ୨୨କୁ କାର୍ଯ୍ୟକାରୀ କରିବା, ସମସ୍ତ ଉଠାଦୋକାନୀ ମାନଙ୍କୁ ଦ୍ୱିତୀୟ ଥର ସର୍ଭେ କରି ପରିଚୟ ପ୍ରଦାନ କରିବା, ଥଇଥାନ ନହେଲା ପର୍ଯ୍ୟନ୍ତ ଉଠାଦୋକାନୀ ମାନଙ୍କୁ ସିଂହଦ୍ୱାର ନିକଟରେ ଦୋକାନ କରିବା ପାଇଁ ଅନୁମତି ପ୍ରଦାନ ଦେବା, ଏଲ୍.ଓ.ଆର ପାଇଥିବା ଉଠାଦୋକାନୀମାନେ ବ୍ୟାଙ୍କରୁ ଆଣିଥିବା ଋଣ ପୈଠ କରି ନପାରିବାରୁ ବ୍ୟାଙ୍କର କ୍ଲିଅରାନ୍ସରୁ ବଞ୍ôଚତ ହୋଇଥିବା ଦୋକାନୀମାନଙ୍କ ପାଇଁ ପୌରପାଳିକା ତରଫରୁ ସୁବ୍ୟବସ୍ଥା କରିବା ଏବଂ ଟାଉନ ଭେଣ୍ଡିଂ କମିଟି ନିର୍ବାଚନ ମାଧ୍ୟମରେ କରିବା ଆଦି ୮ ଦଫା ଦାବିକୁ ପୂରଣ କରିବା ପାଇଁ ତ୍ରିନାଥ କ୍ଷୁଦ୍ର ବ୍ୟବସାୟ ସଂଘ ପକ୍ଷରୁ ଅନୁରୋଧ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଅଧିକାରୀ ପୁରୀ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇ ଏବଂ ଦାବିଗୁଡ଼ିକ ତର୍ଜମା କରାଯାଇ ୭ ଦିନ ମଧ୍ୟରେ ଜଣାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।ଏଠାରେ ସୂଚନା ଥାଉକି, ମହାମାରୀ କରୋନା ସମୟରେ ଉଠାଦୋକାନୀମାନେ ନହିଁ ନଥିବା ସମ୍ମୁଖୀନ ହେବା ପରେ ପୁରୀ ଜଗନ୍ନାଥ ମନ୍ଦିର ସମ୍ପ୍ରସାରଣ ସମୟରେ ଆହୁରି ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଯାହାଫଳରେ ଏବେ ବ୍ୟବସାୟମାନେ ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି । ଯଦି ରାଜ୍ୟ ସରକାର, ପୁରୀ ପୌରପାଳିକା ଉଚ୍ଛେଦ ଉଠାଦୋକାନୀ ମାନଙ୍କୁ ତୁରନ୍ତ ଥଇଥାନ ନକରନ୍ତି, ତେବେ ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘ ରାଜରାସ୍ତାକୁ ଓହ୍ଲାଇବା ସହ ନବୀନ ନିବାସ ଘେରାଇ କରାଯିବ ବୋଲି ମହାସଂଘର ସଭାପତି ପ୍ରତାପ ସାହୁ ଚେତାବନୀ ଦେଇଛନ୍ତି ।


