ପୁରୀରେ କୋରନା ଯୋଦ୍ଧା ସମ୍ମାନିତ
ପୁରୀ,(ଓ୍ବାଇଏନ୍ଏସ୍): ଗଂଜାମ କୁର୍ମ୍ମ କ୍ଷତ୍ରିୟ ସମାଜର ସଭାପତି ତଥା ଅବସର ପ୍ରାପ୍ତ ଇଂଜିନିୟର ବରିଷ୍ଠ ସମାଜ ସେବି ଇ.ଅଭିମନ୍ୟୁ ପ୍ରଧାନ ବ୍ରହ୍ମପୁର ରୁ ପୁରୀ କୁ ଆସି ବାଲିଆ ପଣ୍ଡା ଥାନା ଇନ୍ସପେକ୍ଟର ଇନଚାର୍ଜ ଶ୍ରୀ କୁଳମଣି ସେଠୀଙ୍କୁ ମାନପତ୍ର ଉପଢ଼ୋକନ ପ୍ରଦାନ କରି କୋରନା ଯୋଦ୍ଧା ଭାବରେ ସମ୍ମାନିତ କରିଥିଲେ | କୋରନା ସମୟରେ ଦିନରାତି କାମ କରିବା ଓ ଓଡ଼ିଶାର ବିଭିନ୍ନ ସ୍ଥାନର ଅଧିକାରୀ ମାନଙ୍କୁ ମାନପତ୍ର ଉପଢ଼ୋକନ ଦେଇ ସମ୍ମାନିତ କରିବା ପାଇଁ ମନ ବଳାଇଛନ୍ତି | ଏହି କାର୍ଯ୍ୟରେ ଯୁବ ସମାଜ ସେବି ଶ୍ରୀ ରାକେଶ ପ୍ରଧାନ ଙ୍କ କାର୍ଯ୍ୟ ଅତି ପ୍ରଶଂସନୀୟ |


