ଲୋକ ସମ୍ପର୍କରେ ନମ୍ବର ୱାନ ଶ୍ରୀକାନ୍ତ ସାହୁ ।

ବୁଗୁଡା ,(ଅନିଲ କୁମାର ମହାରଣା): ପୋଲସରା ବ୍ଲକ ଓ ଏନଏସି ଏବଂ ବୁଗୁଡା ବ୍ଲକ ଓ ଏନଏସି କୁ ନେଇ ୨୦୦୪ ମସିହାରେ ନୂତନ ଭାବେ ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠିତ। ଏହା ପୂର୍ବରୁ ପୋଲସରା ଅନ୍ତର୍ଭୁକ୍ତ ଥିଲା କୋଦଳା ନିର୍ବାଚନ ମଣ୍ଡଳୀରେ ଓ ବୁଗୁଡା ଅନ୍ତର୍ଭୁକ୍ତ ଥିଲା ଜଗନ୍ନାଥ ପ୍ରସାଦ ନିର୍ବାଚନ ମଣ୍ଡଳୀରେ। ନୂତନ ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ଚାରି ଥର ବିଧାନସଭା ନିର୍ବାଚନର ସମ୍ମୁଖୀନ ହୋଇଥିବା ବେଳେ ୨୦୧୪ ଓ ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳର ଶ୍ରୀକାନ୍ତ ସାହୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ପୋଲସରା ଓ ବୁଗୁଡା ଅଞ୍ଚଳର ଜନସାଧାରଣ ବହୁ ବିଧାୟକଙ୍କୁ ନିର୍ବାଚିତ କରିବା ସହ ସେମାନଙ୍କ କାର୍ଯ୍ୟଧାରା କୁ ମଧ୍ୟ ପରଖିଛନ୍ତି। ବହୁ ବିପଦର ସମ୍ମୁଖୀନ ହୋଇଥିବା ୨୦୨୦ କୁ ବିଦାୟ ଦେଇ ନୂତନ ଆଶା ରଖି ୨୦୨୧ କୁ ସ୍ୱାଗତ କରିଛନ୍ତି ଜନସାଧାରଣ। ଏହି ନୂତନ ବର୍ଷ ପ୍ରଥମ ମାସର ୩୧ ତାରିଖ ହେଉଛି ଶେଷ ଦିବସ। ଏହି ପ୍ରଥମ ମାସରେ ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀର ଜନପ୍ରତିନିଧି ବିଧାୟକ ଶ୍ରୀକାନ୍ତ ସାହୁ ମହୋଦୟଙ୍କ କେତକ ମାନବିକତା ଗୁଣ ବିଷୟ ନେଇ ଏଠାରେ ଉଲ୍ଲେଖ କରୁଅଛୁ। ବିଧାୟକ ଶ୍ରୀକାନ ସାହୁ ମହୋଦୟ ଏହି ମାସରେ ୧୨ ଜଣ ପରିବାରଙ୍କୁ ଭେଟି ସମବେଦନା ଜଣାଇଛନ୍ତି, ଯେଉଁମାନେ ବିଭିନ୍ନ ଦୁର୍ଘଟଣାରେ ଆହତ ଓ ମୃତ୍ୟୁ ବରଣ କରିଛନ୍ତି ଏବଂ ଯେଉଁ ମାନଙ୍କ ଅକାଳ ବିୟୋଗ ଘଟିଛି। (୧) ବୁଗୁଡା ବ୍ଲକ ଅନ୍ତର୍ଗତ ରାମପାଦ ଆଶ୍ରମ ବାବା ଚୈତନ୍ୟ ମହାରାଜାଙ୍କୁ ଏକ ଦନ୍ତାହାତୀ ଶୁଣ୍ଢରେ ଟେକି ଫୋପାଡ଼ି ଦେବାଯୋଗୁଁ ସେ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଥିବା ଜାଣିବା ପରେ ଜାନୁଆରୀ ୯ ତାରିଖ ଦିନ ବିଧାୟକ ଶ୍ରୀ ସାହୁ ମେଡ଼ିକାଲକୁ ଯାଇ ପ୍ରଫେସରଙ୍କ ସହ ଆଲୋଚନା କରିବା ସହ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। (୨) ପୋଲସରା ଏନଏସି ରାଣୀପଡାର ମଧୁସୂଦନ ବରାଡ଼ ଚେନାଇର ଏକ ଘରୋଇ କମ୍ପାନିରେ କାମକରିବା ସମୟରେ ମୃତ୍ୟୁ ବରଣ କରିଥିବା ବେଳେ ଜାନୁଆରୀ ୯ ତାରିଖରେ ବିଧାୟକ ତାଙ୍କ ପରବାରଙ୍କୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। (୩) ବୁଗୁଡା ବ୍ଲକ ରାମଣ୍ଡା ଗ୍ରାମର ସତ୍ୟବାନ ପ୍ରଧାନ ସୁରାଟରେ କାମକରିବାକୁ ଯାଇ ମୃତ୍ୟୁ ବରଣ କରିଥିଲେ। ୧୦ ତାରିଖରେ ବିଧାୟକ ଶ୍ରୀ ସାହୁ ତାଙ୍କ ପରିବାର ନିକଟରେ ପହଞ୍ଚି ସ୍ୱାନ୍ତନା ଦେବାସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। (୪) ପୋଲସରା ଏନଏସି ଲୁଣିଘାଟିର ପଣ୍ଡିତ ପ୍ରଶାନ୍ତ ରଥଙ୍କ ଆକସ୍ମିକ ମୃତ୍ୟୁରେ ବିଧାୟକ ଶୋକ ସନ୍ତପ୍ତ ପରିବାରକୁ ଜାନୁଆରୀ ୧୨ ତାରିଖରେ ଭେଟି ସମବେଦନା ଜଣାଇଥିଲେ। (୫) ପୋଲସରା ବ୍ଲକ କଣଛାଇ ଗ୍ରାମର କାଳିଆ ବରଡ଼ଙ୍କ ଦୁର୍ଘଟଣାରେ ଜୀବନ ଚାଲିଯାଇଥିଲା। ୧୭ ତାରିଖ ଦିନ ବିଧାୟକ ଶ୍ରୀ ସାହୁ ତାଙ୍କ ପରିବାରକୁ ଭେଟି ସ୍ୱାନ୍ତନା ଦେବାସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। (୬) ବେଗୁନିଆପଡ଼ା ବ୍ଲକ ପ୍ରାକ୍ତନ ଅଧ୍ୟକ୍ଷ ଦେବରାଜ ସାହୁଙ୍କୁ ଗୁଳିମାଡ଼ କରି ହତ୍ୟା କରାକାଇଥିବା ବେଳେ ୨୨ ତାରିଖ ଦିନ ପୋଲସରା ବିଧାୟକ ସେଠାକୁ ଯାଇ ସ୍ୱାନ୍ତନା ଦେବାସହ ସମବେଦନା ଜଣାଇଥିଲେ। (୭) ପୋଲସରା ବ୍ଲକ ରୁମାଗଡର ବିଜେଡିର ସକ୍ରିୟ କର୍ମୀ ବି.ଦୁର୍ଯ୍ୟୋଧନ ପାତ୍ରଙ୍କ ବିୟୋଗ ଖବର ପାଇ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟି ସାହାସ ଦେବା ସହ ସମବେଦନା ପ୍ରକାଶ କରିଥିଲେ। (୮) ପୋଲସରା ଏନଏସି ରାଣୀପଡାର ପଞ୍ଚାନନ ପରିଡାଙ୍କ ଅକାଳବିୟୋଗରେ ୨୩ ତାରିଖରେ ବିଧାୟକ ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। (୯) ପୋଲସରା ବ୍ଲକର କରାତଳି ଗ୍ରାମର ବିଜୟ କୁମାର ନାୟକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ। ଖବର ପାଇ ବିଧାୟକ ଶ୍ରୀ ସାହୁ ୨୫ ତାରିଖ ଦିନ ତାଙ୍କ ପରିବାରକୁ ଭେଟି ସ୍ୱାନ୍ତନା ଦେବାସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। (୧୦) ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମରେ ସ୍ୱାମୀ ଶଙ୍କର ବାରିକଙ୍କ ଆକସ୍ମିକ ମୃତ୍ୟୁରେ ଭାଙ୍ଗିପଡି ପତ୍ନୀ ମଞ୍ଜୁଲତା ବାରିକ ଆତ୍ମହତ୍ୟା କରି ପ୍ରାଣତ୍ୟାଗ କରିଥିଲେ। ୧୮ ବର୍ଷରୁ କମ ବୟସର ୩ ପୁଅ ଓ ୨ ଝିଅ ବାପା ଓ ମାଆ ଙ୍କୁ ହରାଇ ଅସହାୟ ଅବସ୍ଥାରେ ଥିବା ବେଳେ ଜାନୁଆରୀ ୨୬ ରେ ବିଧାୟକ ଶ୍ରୀ ସାହୁ ସେମାନଙ୍କୁ ଭେଟି ସ୍ୱାନ୍ତନା ଦେବାସହ ସାହସ ପ୍ରଦାନ କରିଥିଲେ। ଏଥିସହ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। (୧୧) ପୋଲସରା ବ୍ଲକ ଜେମାଦେଇପୁର ଗ୍ରାମର ବ୍ରହ୍ମାନନ୍ଦ ନାହାକଙ୍କ ଅକାଳବିୟୋଗ ଖବର ଶୁଣି ବିଧାୟକ ଜାନୁଆରୀ ୩୦ ତାରିଖ ଦିନ ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। (୧୨) ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମର ଉଲ୍ଲି ମୁଳିଙ୍କ ଅକାଳ ବିୟୋଗରେ ୩୧ ତାରିଖ ଦିନ ବିଧାୟକ ଶ୍ରୀକାନ୍ତ ସାହୁ ସ୍ବର୍ଗତ ଶ୍ରୀ ମୁଳିଙ୍କ ଶୋକ ସନ୍ତପ୍ତ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏହିପରି ମନୋଭାବ ଆଗରୁ କୌଣସି ବିଧାୟକଙ୍କ ନିକଟରେ ଦେଖାଯାଇ ନଥିବା ପୋଲସରା ନିର୍ବାଚନ ମଣ୍ଡଳୀର ଜନସାଧାରଣ ପ୍ରକାଶ କରିବା ସହ ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏହି ମହତ କାର୍ଯ୍ୟ ପାଇଁ ବିଧାୟକ ଶ୍ରୀ ସାହୁ ଯେଉଁ ସବୁ ଗ୍ରାମକୁ ଯାଇଥାନ୍ତି ସେହି ସବୁ ଗ୍ରାମର ଜନସାଧାରଣଙ୍କୁ ଭେଟି ଅଭାବ ଅସୁବିଧା ବିଷୟରେ ମଧ୍ୟ ଆଲୋଚନା କରିଥାନ୍ତି। ଏତଦ୍ ବ୍ୟତୀତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା , ବିଭିନ୍ନ ସାଂସ୍କୃତିକ ଓ କ୍ରୀଡା କାର୍ଯ୍ୟକ୍ରମରେ ଯୋଗଦାନ, ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ, ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ, ବିଭିନ୍ନ ଘରୋଇ ସାଂଗଠନିକ ଓ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ବିଧାୟକ ଯେଉଁ ସବୁ ଗ୍ରାମକୁ ଯାଇଥାନ୍ତି ସେଠାରେ ସେହି ଗ୍ରାମବାସୀଙ୍କ ସହ ନିଶ୍ଚିତ ଭାବେ ଅଭାବ ଅସୁବିଧା ନେଇ ଆଲୋଚନା କରିଥାନ୍ତି। ଦଳୀୟ ସାଂଗଠନିକ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ଗ୍ରାମରେ କର୍ମୀ ସମ୍ମିଳନୀ କରିବାରେ ମଧ୍ୟ ସମସ୍ତଙ୍କ ଠାରୁ ଆଗୁଆ। ପୂର୍ବତନ ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ବୟୋଜ୍ୟେଷ୍ଠ ବିଜେଡି ନେତା ରେବତୀ ମୋହନ ନାୟକ ଏକ ସାଧାରଣ ସଭାରେ ପ୍ରକାଶ କରିଥିଲେ ଯେ “ଶ୍ରୀକାନ୍ତ ବାବୁ ଯେଉଁ ପ୍ରକାର ବିଭିନ୍ନ ଗ୍ରାମକୁ ବୁଲି ଲୋକଙ୍କ ସମସ୍ୟା ବୁଝୁଛନ୍ତି, ଏଥି ପୂର୍ବରୁ ଏହିପରି ଜନସମ୍ପର୍କ ରଖୁଥିବା ବିଧାୟକଙ୍କୁ ମୁଁ ଦେଖିନାହିଁ”। ବ୍ଲକର ପୂର୍ବତନ ଓ ବର୍ତ୍ତମାନର ଅଧ୍ୟକ୍ଷ ଓ ଅଧ୍ୟକ୍ଷା ମାନେ ନିଜ ବ୍ଲକରେ ଜନ ସମ୍ପର୍କରେ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଠାରୁ ନିଶ୍ଚିତ କମ ରହିବେ, ଦ୍ବିମତ ନାହିଁ। ଜନସମ୍ପର୍କରେ ବୋଧହୁଏ ସାରା ରାଜ୍ୟରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ନମ୍ବର ୱାନ ହୋଇପାରନ୍ତି ବୋଲି ଆଶା କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ