ପୁରୁଣା କ୍ଲାସ ରୁମରେ ରଙ୍ଗ ମାରି ଟଙ୍କା ଲୁଟି ନେଲେ ଅଧିକାରୀ
କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ) :-କେନ୍ଦୁଝର ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ସତ୍ୟ ନାରାୟଣ ବିଦ୍ୟାପୀଠ। ୧୯୭୧ ମସିହାରେ ଏହି ସ୍କୁଲ ସ୍ଥାପିତ ହୋଇଥିଲା। ନିକଟରେ ଏହା ୫ଟି ଯୋଜନାରେ ସାମିଲ ହୋଇଛି । କିଭଳି ପୁରୁଣା ଫଟା କାନ୍ଥକୁ ମରାମତି କରାନଯାଇ ରଙ୍ଗ ମାରି ଛାଡି ଦିଆଯାଇଛି।୫ଟି ସାମିଲ ହେବା ପରେ ଅତ୍ୟାଧୁନିକ ସୁବିଧା ପାଇବେ ଛାତ୍ରଛାତ୍ରୀ ଏହା ଥିଲା ଆଶା । ଉତ୍ସାହିତ ହୋଇପଡିଥିଲେ ଛାତ୍ରଛାତ୍ରୀ। ମାତ୍ର ପୁରୁଣା କ୍ଲାସ ରୁମରେ ରଙ୍ଗ ମାରି ଟଙ୍କା ଲୁଟି ନେଲେ ଅଧିକାରୀ। ନିମ୍ନମାନର କାମ ଯୋଗୁ ଏବେ କାନ୍ଥରୁ ପ୍ଲାଷ୍ଟର ଖସୁଛି। କିଛି ସ୍ଥାନରେ କାନ୍ଥ ଫାଟି ଆଁ କଲାଣି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ତରବରିଆ ଭାବେ ସ୍ମାର୍ଟ ସ୍କୁଲ ଉଦଘାଟନ କରାଗଲା। ମାତ୍ର ଏଯାଏ କାମ ସରିନି। ୫ଟି ଯୋଜନାରେ ଅନ୍ତର୍ଭୁକ୍ତ ଏହି ବିଦ୍ୟାଳୟରେ ସ୍ମାଟ କ୍ଳାସରୁମ, ଇ ଲାଇବ୍ରେରୀ, ଶୌଚାଳୟ , ପାନୀୟ ଜଳର ବ୍ୟବସ୍ଥା ,ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ,ସ୍କୁଲ ପାଚେରୀ ନିର୍ମାଣ ଓ ଖେଳ ପଡ଼ିଆର ଉନ୍ନତି କରଣ ହେବାର ଯୋଜନା ଥିଲା । ମାତ୍ର ଆଜିଯାଏ ସମ୍ପୂର୍ଣ୍ଣ ହୋଇନପାରି ଅଧପନ୍ତରିଆ ଭାବେ ପଡିରହିଛି। କାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇଥିବା ବେଳେ ୪୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ବିଲ ପାସ ହୋଇଥିବା ଜଣାପଡିଛି। ଅନ୍ୟପଟେ ନିମ୍ନମାନର କାମକୁ ସ୍ବୀକାର କରିଛନ୍ତି ବିଡିଓ । ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ସ୍ମାର୍ଟ ସ୍କୁଲ ଟଙ୍କା ଚଳୁ। ପିଲାଙ୍କୁ ଉନ୍ନତମାନର ଶିକ୍ଷା ଯୋଗାଇ ଦେବା ପାଇଁ ବ୍ୟବସ୍ଥା ହୋଇଛି। ମାତ୍ର ଅଧିକାରୀଙ୍କ ଦୁର୍ନୀତିଖୋର ମନୋବୃତ୍ତି ଯୋଗୁ ହଡପ ହେଉଛି ଯୋଜନା ।


