ପୁରୁଣା ଭୁବନେଶ୍ୱର ଯୁବ ସଂଗଠନର ୧୨ତମ ବାର୍ଷିକ ‘ଯାତ୍ରା ମହୋତ୍ସବ’ ଉଦ୍‌ଯାପିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଆମ କଳା ସଂସ୍କୃତି ବାଣ୍ଟି ଖାଇବାରେ ବିଶ୍ୱାସ କରୁ । ନୈତିକ ଶିକ୍ଷା ଅଭାବରୁ ଆମ ଯୁବସମାଜ ପଥଭ୍ରଷ୍ଟ ହୋଇ ଗୁରୁଜନମାନଙ୍କୁ ଅବହେଳା କରୁଛନ୍ତି । ନାଟକ ତଥା ଶିକ୍ଷା ବ୍ୟବସ୍ଥାରେ ନୈତିକ ଶିକ୍ଷାର ବ୍ୟବସ୍ଥା ରହିବା ଜରୁରୀ ହୋଇପଡିଛି । ଉଚ୍ଚତର ଚେତନାରେ ରହି ନାଟକ ସୃଷ୍ଟି ହେଲେ ତାହା ଲୋକଙ୍କ ହୃଦୟକୁ ଛୁଇଁବା ସହିତ କାଳଜୟୀ ହୋଇଥାଏ । ତେଣୁ ନାଟକ ଜୀବନ ସୁଖୀ ହେବା ଉଚିତ୍ ବୋଲି ପୁରୁଣା ଭୁବନେଶ୍ୱର ଯୁବ ସଂଗଠନ ଦ୍ୱାଦଶତମ ବାର୍ଷିକ ଯାତ୍ରା ମହୋତ୍ସବର ଉଦ୍‌ଯାପିତ ଦିବସରେ ସଭାପତି ତଥା ବରିଷ୍ଠ ସ୍ତମ୍ଭକାର ପ୍ରଦୀପ୍ତ ସେନାପତି କହିଥିଲେ । ପୁରୁଣା ଭୁବନେଶ୍ୱରସ୍ଥିତ ସାମନ୍ତରାପୁର ବଜାର ରୟାଲ ରିସୋର୍ଟ୍ଟ ପରିସରରେ ୨୭ ତାରିଖ ଠାରୁ ୨୮ ତାରିଖ ଦୁଇଦିନ ଧରି ଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସାମାଜିକ ନାଟକ ‘ମୁଁ ଭୁବନେଶ୍ୱରୀଆ ଟୋକା ଏବଂ ‘ଆଖି ତୁ କାନ୍ଦେନା’ ମଞ୍ଚସ୍ଥ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର, ସମ୍ମାନିତ ଅତିଥି ଭାବେ ସଭାପତି ମୁରବୀ କୃଷ୍ଣଚନ୍ଦ୍ର ସେନାପତି, ସାଧାରଣ ସମ୍ପାଦକ ଯଯାତୀ କେଶରୀ ପଟ୍ଟନାୟକ, କୋଷାଧ୍ୟକ୍ଷ ପ୍ରତାପ କୁମାର ମଲିଆ, ସୂର୍ଯ୍ୟ ନାରାୟଣ ମହାନ୍ତି ଯୋଗ ଦେଇଥିଲେ । କଳାକାରମାନେ ନିଜର ଲୁହ ନିଜେ ପିଇ ଅନ୍ୟକୁ ଖୁସି ବାଣ୍ଟେ । ସେମାନଙ୍କ ତ୍ୟାଗର ସାଧନା ଓ ମୂଲ୍ୟ କେବେ କେହି ଦେଇପାରିବେ ନାହିଁ ବୋଲି ମତପ୍ରକାଶ ପାଇଥିଲା । ଅଭିନୟରେ ବରିଷ୍ଠ କଳାକାର ପ୍ରସନ୍ନ କୁମାର ସେନାପତି (କାଳିଆ), ଦିନବନ୍ଧୁ ବେହେରା (ମାଙ୍ଗା), ସୋମନାଥ ବିଶ୍ୱାଳ (ସୋମୁ), ବଳିଆ ସିଂ, ମିଟୁଆ, କୈଳାସ ଏବଂ ମହିଳା କଳାକାରମାନେ ନାଟକଟିକୁ ମଞ୍ଚସ୍ଥ କରିଥିଲେ । ଏହାର ନିର୍ଦ୍ଦେଶକ ପ୍ରଭାତ ସାମଲ, ସଙ୍ଗୀତ ନିର୍ଦ୍ଦେଶକ ସନ୍ତୋଷ କୁମାର ଖାଡ଼େଙ୍ଗା, ନିର୍ଦ୍ଦେଶନା ଦେଇଥିଲେ । ସୂଚନାଯୋଗ୍ୟ ଯେ, ଏ ସଂଗଠନ ମହତ୍ୱ ଉଦ୍ଦେଶ୍ୟରେ ୨୦୦୮ ମସିହାରେ ଅନୁଷ୍ଠିତ ହୋଇଥିଲା । ସଂସ୍କୃତି ବିଭାଗ ସୁନାମ ଅର୍ଜନ କରିଥିବା ଏହି ସଂଗଠନକୁ ପ୍ରତ୍ୟେକ ବର୍ଷ ଦୁଇଦିନ ଯାତ୍ରା ମହୋତ୍ସବ ପାଇଁ ଦୁଇଲକ୍ଷ ଟଙ୍କା ଅନୁଦାନ ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମାନ୍ୟବର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର (ଲିଟୁ)ଙ୍କୁ ସଂଗଠନ ପକ୍ଷରୁ ଧନ୍ୟବାଦ ଧନ୍ୟବାଦ ଏବଂ ଗଭୀର ଅଭିନନ୍ଦନ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ