ପୁର୍ବ ବିବାଦକୁ ନେଇ ଝଣଝଣା ଗାଁରେ ମା ପୁଅଙ୍କୁ ମାଡ : ଘରପୋଡି
ହାଟଡିହି, (ବିକାଶ ବିଶ୍ୱାଳ) :-ପୁର୍ବ ବିବାଦକୁ ନେଇ ସୋସୋ ଥାନା ଝଣଝଣା ଗ୍ରାମରେ ମା ପୁଅକୁ ମାଡ ମାରିଥିବା ଅଭିଯୋଗ ହୋଇଛି । ମାଡ ମାରିବାର ସମାଧାନ ପାଇଁ ଗାଁରେ ବୈଠକ ବସିଥିବାବେଳେ ଏପଟେ ମା ପୁଅଙ୍କ ଘର ପୋଡିଯିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଖବରରୁ ଜଣାଯାଇଛି ଯେ ଦିପୁ ପଲେଇ ଓ ତାଙ୍କ ସ୍ତ୍ରୀ କୁନିଙ୍କ ମଧ୍ୟରେ ଘରୋଇ କଳିକୁ ନେଇ ଝଗଡା ଲାଗିଥିଲା । ଦିପୁ ଖରାପ ଭାଷାରେ ତାର ସ୍ତ୍ରୀକୁ ଗାଳିଗୁଲଜ ଓ ପିଟାମରା କରିଥିଲା । ଏନେଇ କିଛି ପଡୋଶୀ ଦିପୁକୁ ଏଭଳି ବ୍ୟବହାରରୁ କ୍ଷାନ୍ତ କରିବାକୁ ଆସିଥିଲେ । କିନ୍ତୁ ଦିପୁ ସେମାନଙ୍କ କଥା ନଶୁଣିବାରୁ ପଡୋଶୀ ସୁରେନ୍ଦ୍ର ଦେହୁରୀ ଓ ଚଗୁଲୁ ଦେହୁରୀଙ୍କ ଭିତରେ ମାଡପିଟା ହୋଇଥିଲା । ଦିପୁର ମା ଝରଣା ପଲେଇ ଏହାର ପ୍ରତିବାଦ କରିବାରୁ ପଡୋଶୀ ଦୁଇଜଣ ଝରଣାଙ୍କୁ ମଧ୍ୟ ମାଡ ମାରିଥିଲେ ଓ ତୋର ଘରଦ୍ୱାର ଭାଙ୍ଗି ତୋତେ ଗାଁରୁ ତଡିଦେବୁ ବୋଲି ମଧ୍ୟ ଧମକ ଦେଇଥିଲେ । ଏନେଇ ଗତକାଲି ରାତିରେ ଗାଁରେ ବୈଠକ ବସିଥିଲା । ବୈଠକ ଚାଲୁଥିବା ସମୟରେ ଦିପୁର ଘର ପୋଡି ଯାଇଥିଲା । ଗାଁ ଲୋକେ ଦଉଡି ଆସି ନିଆଁକୁ ଆୟତ କରିଥିଲେ । ହାଟଡିହିରୁ ଦମକଳ ପହଞ୍ଚି ନିଆଁକୁ ସମ୍ପୁର୍ଣ୍ଣ ଲିଭାଇ ଥିଲା । କେହି ଦୁର୍ବୁତ ତାଙ୍କ ଘରଟିରେ ନିଆଁ ଲଗାଇ ଦେଇଥିବା ସନେ୍ଦହ କରୁଥିଲେ ମଧ୍ୟ ସ୍ୱଚକ୍ଷୁରେ ଦେଖି ନଥିବାରୁ କାହା ନାମରେ ଅଭିଯୋଗ କରି ନାହାନ୍ତି । ଖବରପାଇ ସୋସୋ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।


