ଏସପି ଆଇନ୍ ଶୃଙ୍ଖଳା କୁ ନେଇ ଆଲୋଚନା

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :-ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ଶାନ୍ତି ଶୃଙ୍ଖଳା ନିରପେକ୍ଷ ସହ ଲୋକଙ୍କୁ ଭୟ ମୁକ୍ତ କରିବାକୁ ପୋଲିସ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରଖିଛି l ପ୍ରତ୍ୟେକ ଗ୍ରାମରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ବେଳେ ପ୍ରତେକ ଗ୍ରାମରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଅଛି l ଗଞ୍ଜାମ ଏସପି ବ୍ରିଜେଶ ରଏ ସୋମବାର ପାଟପୁର ଥାନା ରେ ପହଞ୍ଚିବା ସହ କିଛି ପଞ୍ଚାୟତ ପରିଦର୍ଶନ କରିବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି l ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଙ୍କୁ ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେବା ସହ ବିଭିନ୍ନ ପଞ୍ଚାୟତରେ ପହଁଚି ଲୋକଙ୍କ ସହ ଆଲୋଚନା କରିଥିଲେ l ଲୋକଙ୍କୁ ନିର୍ଭୟରେ ରହିବାକୁ ଲୋକଙ୍କୁ କହିବା ସହ କୌଣସି ସମସ୍ୟା ହେଲେ ଥାନା ଅଧିକାରୀ ଙ୍କୁ ସୂଚନା ଦେବାକୁ କହିଛନ୍ତି ଏସପି l ସେହିପରି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସାନଖେମୁଣ୍ଡି ବ୍ଲକ୍ କାଯ୍ୟାଳୟରେ ପହଞ୍ଚି ବିଡିଓ ଗାୟତ୍ରୀ ଦତ୍ତ ନାୟକ ଙ୍କ ସହ ବିଭିନ୍ନ ପଞ୍ଚାୟତ ଉପରେ ଆଲୋଚନା କରି ଫେରିଥିବା ଜଣାପଡିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ