ପୁସ୍ତକ ପ୍ରେମୀ ଓ କଳା ପ୍ରେମୀ ପୁସ୍ତକ ମେଳା ଓ ମକର ଯାତ୍ରାକୁ ଝୁରୁଛନ୍ତି
ଜଗତସିଂହପୁର,(ଅନସୂୟା ରାଉତ): ଜଗତସିଂହପୁର ଜିଲ୍ଲା ମେଳା ମହୋତ୍ସବର ଜିଲ୍ଲା ଭାବେ ରାଜ୍ୟରେ ବେଶ୍ ଖ୍ଯାତି ଅର୍ଜନ କରିଛି। ମା ଝଙ୍କଡ଼ ବାସିନୀ ଶାରଳାଙ୍କ ପାଇଁ ଏହି ଜିଲ୍ଲା ବାଣୀକ୍ଷେତ୍ର ନାମରେ ପରିଚିତ ଅଟେ। ବହୁ ମହାପୁରୁଷ ,ବୈଜ୍ଞାନିକ, କଳାକାର ଓ ବୀରସନ୍ତାନଙ୍କୁ ଜନ୍ମଦେଇ ଜଗତସିଂହପୁର ଜିଲ୍ଲା ଆଜି ବିଶ୍ବ ବିଦିତ। ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା ମହାମାରୀ କରୋନା ପାଇଁ ସମସ୍ତ ପର୍ବ ପର୍ବାଣୀ, ଉତ୍ସବ, କଳାପରିବେଶଣ ପ୍ରଭୃତି କ୍ଷେତ୍ରରେ ଅଙ୍କୁଶ ଲାଗିଛି। ୨୨ତମ ପୁସ୍ତକ ମେଳା, ପ୍ରସିଦ୍ଧ ମକର, ଛାମୁଯାତ୍ରା ପ୍ରଭୃତି ବନ୍ଦରହିଛି। ପୁସ୍ତକ ପ୍ରେମୀ, କଳାପ୍ରେମୀ ଓ ବିଭିନ୍ନ ଗୃହକରଣା ସାମଗ୍ରୀ ବର୍ଷକୁ ଥରେ କିଣୁଥିବା ମା ମାଉସୀ ଝିଅ ବୋହୂମାନେ ନିରାଶ ହେବା ସୂଚନା ମିଳିଛି। କେବେ ଏହି ଭୟଙ୍କର ମହାମାରୀ କରୋନା ଦୂର ହେବ ସାରା ବିଶ୍ବ ସ୍ବଭାବିକ ଅବସ୍ଥାକୁ ଆସିବ ସେଥିପାଇଁ ମା ଶାରଳାଙ୍କ ପାଦପଦ୍ମରେ ପ୍ରାର୍ଥନା କରିଛନ୍ତି।


