ଜଗତସିଂହପୁର ଜିଲ୍ଲାରେ କରୋନା ଟିକା ଦିଆଗଲା

ଜଗତସିଂହପୁର,(ଅନସୂୟା ରାଉତ): ଆଜି ଜଗତସିଂହପୁର ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ଓ ତିନି ଗୋଟି ଉପସ୍ବାସ୍ଥ୍ୟ କେନ୍ଦ୍ରରେ କରୋନା ଟିକା କୋଭିସିଲ୍ଡ୍ ପ୍ରଦାନ କରାଯାଇଛି। ଜଗତସିଂହପୁର ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ର ବରିଷ୍ଠ ଭେଷଜ ବିଶେଷଜ୍ଞ ଡା ଧରଣୀଧର ସେନାପତି ପ୍ରଥମ ଟିକା ନେଇ ଅନ୍ଯମାନଙ୍କ ପାଇଁ ପ୍ରେରଣା ପାଲଟିଥିବା ସୂଚନା ମିଳିଛି। ଆଜି ଜଗତସିଂହପୁର ଜିଲ୍ଲାର ବାଲିକୁଦା, ରଘୁନାଥ ପୁର, ବିରିଡି ପରି ତିନି ଗୋଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ର ସମେତ ଚାରି ଗୋଟି ସ୍ଥାନରେ ୪୦୦ କରୋନା ଟିକା ସମୟ ଓ ନିୟମାନୁସାରେ ପ୍ରଦାନ କରାଯିବ ବୋଲି ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରିଣୀ ଡା ବିଜୟା ପଣ୍ଡା ଆମ ଜଗତସିଂହପୁର ଜିଲ୍ଲା ଯୁଗାବ୍ଦ ପ୍ରତିନିଧି ଅନସୂୟା ରାଉତଙ୍କୁ ସୂଚନା ଦେଇ କହିଛନ୍ତି। ଖବର ଲେଖା ବେଳକୁ ୪୫ଭାଗ ଟିକା ଦାନ ସରିଥିଲା। କୋଭିଡ୍ କଟକଣା ଭିତରେ ଆଜି ଆମେ ନିର୍ଦ୍ଦିଷ୍ଟ ଲକ୍ଷରେ ପହଞ୍ଚିବୁ ବୋଲି ଡା ପଣ୍ଡା ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ