ପୂର୍ଣ୍ଣାହୁତି ପୂର୍ବରୁ ଲାଗିଲା ୧୦୦୮ ଭୋଗ

ବାଲେଶ୍ୱର, (ସରୋଜ ପଣ୍ଡା) :-ତାମୂଳିଆ ଅଞ୍ଚଳରେ ୩ ଦିନଧରି ଚାଲିଥିବା ପୀତାମ୍ବରା ସିଦ୍ଧ ମହାଶକ୍ତିପୀଠର ନବମ ବାର୍ଷିକ ପ୍ରତିଷ୍ଠା ଓ ମା ବଗଳାମୁଖୀଙ୍କ ଜନ୍ମ ଉତ୍ସବ ରବିବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି । ସରକାରଙ୍କ କୋଭିଡ କଟକଣାକୁ ଗୁରୁତ୍ୱ ଦେଇ ନିରଡାମ୍ବର ଭାବେ ଉତ୍ସବର ସମସ୍ତ କର୍ମକାଣ୍ଡ ଅନୁଷ୍ଠିତ ହୋଇଥିଲା । ପାଳନ ହୋଇଥିଲା । ବେଦଜ୍ଞ ପଣ୍ଡିତ ଏବଂ ନୈଷ୍ଠିକ ବ୍ରାହ୍ମଣଙ୍କ ଦ୍ୱାରା ସୂର୍ଯ୍ୟପୂଜା, ଗୁରୁପୂଜା, ମଣ୍ଡଳାଦର୍ଶନ, ଅଗ୍ନିସ୍ଥାପନ, ଶ୍ରୀମନ୍ଦିରରୁ ମା’ଙ୍କ ଯଜ୍ଞ ମଣ୍ଡପକୁ ଆଗମନ, ଅର୍ଚ୍ଚନ, ସହସ୍ରାଦି ବଗଳା ମନ୍ତ୍ରରେ ଯଜ୍ଞାହୁତି ପ୍ରଦାନ କରାଯିବା ସହ ସଂନ୍ଧ୍ୟାରେ ପୁନର୍ବାର ଶ୍ରୀମନ୍ଦିରକୁ ମାଙ୍କ ପ୍ରତ୍ୟାବର୍ତନ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୩ ଦିନ ଧରି ଚାଲିଥିବା ଯଜ୍ଞରେ ପଣ୍ଡିତଙ୍କ ବେଦମନ୍ତ୍ରରେ ସିଦ୍ଧ ଶକ୍ତିପୀଠରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ସିଦ୍ଧ ମହାଶକ୍ତିପୀଠାଧୀଶ ଆଚାର୍ଯ୍ୟ ରବିନାରାୟଣ ମିଶ୍ର ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ବିଧିପୂର୍ବକ ସମାପନ ହୋଇଥିଲା । ମାଆଙ୍କ ଜନ୍ମୋତ୍ସବ ଅବସରରେ ମା’ଙ୍କୁ ୧୦୦୮ ପ୍ରକାର ବ୍ୟଞ୍ଜନ, ମିଷ୍ଟାନ୍ନ, ଫଳମୂଳାଦି ପ୍ରସାଦ ଲାଗି କରାଯାଇଥିଲା । ମହାଶକ୍ତିପୀଠ ପକ୍ଷରୁ ତିନିଦିନ ଧରି ଭକ୍ତମାନଙ୍କ ନିମନ୍ତେ ସାମୂହିକ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ସଂନ୍ଧ୍ୟାରେ ମହାଯଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ