ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଘରେ ଲାଗିଲା କରୋନା ନୋଟିସ୍

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଉଦବେଗଜନକ ଆଡ଼କୁ ଗତିକରୁଛି। ସଂକ୍ରମିତଙ୍କ ସଂଖ୍ୟା ତିନି ଲକ୍ଷ ଅତିକ୍ରମ କରିସାରିଛି। ରାଜଧାନୀ ଦିଲ୍ଲୀରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଛି। ଏପର୍ଯ୍ୟନ୍ତ ୩୬ ହଜାରରୁ ଅଧିକ ଲୋକେ କରୋନା ଆକ୍ରାନ୍ତ ହୋଇସାରିଛନ୍ତି | ଏହି ପରିପ୍ରେକ୍ଷୀରେ ଦିଲ୍ଲୀର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବାସଭବନରେ କ୍ଵାରେନଟାଇନ୍ ନୋଟିସ ଲାଗିବା ଘଟଣା ସାମ୍ନାକୁ ଆସିଛି।
କ୍ଵାରେନଟାଇନ୍ ନୋଟିସ ଲାଗିବା ପରେ ମନମୋହନ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନେକ କଂଗ୍ରେସ ନେତା ଚିନ୍ତିତ ହୋଇଯାଇଥିବା ବେଳେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ସ୍ପଷ୍ଟ ହୋଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଦିଲ୍ଲୀର ୩, ମୋତିଲାଲ ନେହେରୁ ପ୍ଲେସ ବାସଭବନରେ ରୁହନ୍ତି। ତାଙ୍କ ବାସଭବନରେ କାର୍ଯ୍ୟ କରୁଥିବା ଜଣେ ସହାୟକଙ୍କ ଝିଅ କରୋନା ପଜିଟିଭ୍ ବୋଲି ଜଣାପଡିବା ପରେ ସୁରକ୍ଷା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ମନମୋହନ ସିଂ ବାସଭବନରେ କ୍ଵାରେନଟାଇନ ନୋଟିସ ଲଗାଯାଇଥିବା ଜଣାପଡିଛି । ଏହା ସହ ସହାୟକଙ୍କ ପୂରା ପରିବାରକୁ ସଙ୍ଗରୋଧରେ ରଖାଯାଇଛି । ବର୍ତ୍ତମାନ ସମୟରେ ତାଙ୍କ ବାସଭବନକୁ କୌଣସି ପ୍ରକାରର ଗତିବିଧି ଉପରେ ରୋକ ଲଗାଯାଇଛି । ତେବେ ବାହାରକୁ ଯିବା ପାଇଁ ବା କାହା ସହ ଦେଖା କରିବା ପାଇଁ ଅନୁମତି ନ ଥିବାରୁ ବର୍ତ୍ତମାନ ପୂର୍ବତନ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ବୈଠକରେ ଭାଗ ନେଉଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ