ପୂର୍ବତନ ବିଧାୟକ ଇନ୍ଦ୍ରମଣୀ ରାଉତଙ୍କ ୧୪ତମ ଶ୍ରାଦ୍ଧୋତ୍ସବ

କେନ୍ଦ୍ରାପଡା : ଜିଲ୍ଲା ପ୍ରତିଭାପୂଜା ସଂସଦ ଆନୁକୁଲ୍ୟରେ ଆଦର୍ଶ ଶିକ୍ଷକ, ପୂର୍ବତନ ବିଧାୟକ ଓ ଦରଦୀ ମଣିଷ ସ୍ୱର୍ଗତଃ ଇନ୍ଦ୍ରମଣୀ ରାଉତଙ୍କର ୧୪ତମ ଶ୍ରାଦ୍ଧ ଦିବସ ପୈାରସଂସ୍ଥା ଟାଉନ୍‌ହଲ ପରିସରରେ ବୁଧବାର ପୂର୍ବାହ୍ନରେ ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ପୈାରସଂସ୍ଥା ପରିସରରେ ଥିବା ସ୍ୱର୍ଗତ ରାଉତଙ୍କ ପ୍ରତିମୂର୍ତିରେ ସଂସଦର ସଦସ୍ୟମାନେ ଓ ଅତିଥିବୃନ୍ଦ ପୁଷ୍ପମାଲ୍ୟ ପ୍ରଦାନକରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପ୍ରାରମ୍ଭରେ ସଂସଦର ସଦସ୍ୟ ସୁବାସ ପାତ୍ରଙ୍କ ରଚିତ ଆବାହନୀ ସଂଗୀତ ସଂଗୀତଜ୍ଞ ସତ୍ୟପ୍ରିୟ ଦାସ ଗାନ କରିଥିଲେ । ଏହି ସଭାରେ ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ଆଲାସ୍କା ବିଶ୍ୱ ବିଦ୍ୟାଳୟର ପ୍ରଫେସର ଡଃ. ଦେବେନ୍ଦ୍ର କୁମାର ଦାସ ମୁଖ୍ୟ ଅତିଥିଭାବେ, ଆଇ.ଏନ୍‌.ଟି.ୟୁ.ସି.ର ରାଜ୍ୟ ସାଧାରଣ ସଂପାଦକ କିଶୋର ଜେନା, ଅଧ୍ୟାପକ ଅଜୟ କୁମାର ରାଉତ ଓ ସ୍ୱାଧୀନତା ସଂଗ୍ରାମୀ ନଟବର କାନୁନ୍‌ଗୋ ସମ୍ମାନୀତ ଅତିଥି ଭାବେ ଏବଂ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା ଓ ବରିଷ୍ଠ ସିପିଏମ୍ ନେତା ଉମେଶ ସିଂ ସମ୍ମାନୀତ ବକ୍ତା ଭାବରେ ଯୋଗଦେଇ ସୂର୍ଗତ ରାଉତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଜିଲ୍ଲାର ବିଭିନ୍ନ ଅଂଚଳରୁ ସୂର୍ଗତ ରାଉତଙ୍କୁ ଭଲପାଉଥିବା ବହୁ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ବକ୍ତାମାନେ ସ୍ୱର୍ଗତଃ ରାଉତଙ୍କ ତ୍ୟାଗପୁତ ଜୀବନ ଓ କିଭଳି ଗରିବ ନିଷ୍ପେଶିତ ଜନତାଙ୍କ ଶେଷ ଜୀବନ ପର୍ଯ୍ୟନ୍ତ ସେବା କରୁଥିଲେ ସେ ସର୍ମ୍ପରେ ବର୍ଣ୍ଣନା କରିଥିଲେ । ଏହି ସଭାରେ ବରିଷ୍ଟ ସାମ୍ବାଦିକ ପରେଶ ଦାସ, ଶରତ କୁମାର ବେହୁରା, ମୁକ୍ତାର ଖାଁ, ଶିବ ପ୍ରସାଦ ବିଶ୍ୱାଳ, ବାବାଜୀ ଧଳ (ସିପିଆଇ), ମହମ୍ମଦ ଆକବର ଅଲ୍ଲୀ, ବୈଷ୍ଣବ ପ୍ରଧାନ, ନିରଞ୍ଜନ ଦାସ, ତୁଳସୀ କଲଚରାଲ ଆସୋସିଏସନର କୈଳାସ ମହାନ୍ତି, ଶୈଳେନ୍ଦ୍ର ମହାନ୍ତି, ନିରଞ୍ଜନ ମେକାପ, ମହେନ୍ଦ୍ର ପରିଡା, ଗୟାଧର ଧଳ, କୈଳାସ ଚନ୍ଦ୍ର ମହାନ୍ତି, ମନୋରଞ୍ଜନ ମେକାପ, ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ କୁମାର ଜେନା, ସମାଜସେବୀ ଶ୍ରୀକାନ୍ତ ନାୟକ, ନିରଞ୍ଜନ ରାଉତ, ଯୁଧିଷ୍ଟିର ସ୍ୱାଇଁ, ଶିଶିର କୁମାର ରାଉତରାୟ, ବାଙ୍କନିଧି ଲେଙ୍କା, କବି ମନୋଜ ଦାସ, ସୁବାସ ପାତ୍ର, ଅଶୋକ କୁମାର ସାହୁ, ଧିରେନ୍ଦ୍ର କୁମାର ଦାସ ପ୍ରମୁଖ ସ୍ମୃତି ଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଯୁବ ସମବାୟବିତ୍ ପ୍ରମୋଦ କୁମାର ମହାପାତ୍ର, ବିଶିଷ୍ଟ ସମାଜସେବୀ ପ୍ରଫୁଲ୍ଲ ଦାସ, ଆଦର୍ଶ ଶିକ୍ଷକ ମିର୍ଜା କୈାସର ଅଲ୍ଲୀ ବେଗ୍ ଓ ଶିଶୁ ଚଳଚ୍ଚିତ୍ର କଳାକାର ତେଜ୍ ତନ୍ମୟଙ୍କୁ ଚଳିତ ବର୍ଷ ସ୍ୱର୍ଗତ ଇନ୍ଦ୍ରମଣୀ ରାଉତ ସ୍ମୃତିସମ୍ମାନ ପ୍ରଦାନ କରାଯାଇଥିଲା । ସଂଯୋଜକ ଗୋଲେଖ ଚନ୍ଦ୍ର ପଢିଆରୀ ଅତିଥି ପରିଚୟ ପ୍ରଦାନ କରିବା ସହିତ ପ୍ରଫୁଲ୍ଲ ଦାସ ସ୍ୱାଗତ ଭାଷଣ ଓ ରଣଧିର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ