ପୂର୍ବତନ ବିଧାୟକ ଚିନ୍ତାମଣି ଜେନାଙ୍କ ପରଲୋକ

ବନ୍ତ, (ଚାନ୍ଦିନୀ ମହାନ୍ତି):ପୂର୍ବତନ ବିଧାୟକ ତଥା ବରିଷ୍ଠ ସିପିଆଇ ନେତା ଚିନ୍ତାମଣି ଜେନା(୯୨)ଙ୍କର ବୁଧବାର ପରଲୋକ ଘଟିଛି । ସ୍ୱର୍ଗତ ଜେନା ବନ୍ତ ବ୍ଲକ ଅନ୍ତର୍ଗତ ପଧାନପଡା ପଞ୍ଚାୟତ ନିମପଲ୍ଲୀ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ସେ ୧୯୭୧ ମସିହାରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ସିମୁଳିଆ ଖଇରା ନିର୍ବାଚନ ମଣ୍ଡଳୀରୁ ସିପିଆଇର ବିଧାୟକ ଭାବେ ବିଧାନସଭାର ପ୍ରତିନିଧିତ୍ୱ କରିଥିଲେ । ସେ ଜଣେ ଶାନ୍ତ, ସରଳ, ସଚ୍ଚୋଟ ନେତା ଭାବେ ସମଗ୍ର ନିର୍ବାଚନ ମଣ୍ଡଳୀରେ ପରିଚିତ ଥିଲେ । ଚାଷୀମୂଲିଆ ଶ୍ରମଜୀବି ଲୋକ ମାନଙ୍କ ପାଇଁ ଅନେକ ଗଣଆନ୍ଦୋନରେ ତାଙ୍କର ଯୋଗଦାନ ଅବିସ୍ମରଣୀୟ ଅଟେ । ତାଙ୍କ ବିୟୋଗରେ ବନ୍ତ ବ୍ଲକ ତଥା ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର କମ୍ୟୁନିଷ୍ଟ ମାନଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି । ମୃତ୍ୟୁ ଶର୍ଯ୍ୟା ନିକଟରେ ପୁଅ ରବିନ୍ଦ୍ର ଓ ଜୟନ୍ତଙ୍କ ସମେତ ବୋହୁ, ନାତି ନାତୁଣୀ ଉପସ୍ଥିତ ଥିଲେ । ମୃତ୍ୟୁ ଖବର ପାଇ ବରିଷ୍ଠ ସିପିଆଇ ନେତା ଗୋପବନ୍ଧୁ ସେଠୀ, ବନ୍ତ ଜୋନ୍ ସଂପାଦକ ରମେଶ ଜେନା, ନିରଞ୍ଜନ ନାୟକ, କିଶୋର ବେହେରା, ରବିନ୍ଦ୍ର ସେଠୀ, ଅଭିମନ୍ୟୁ ଜେନାଙ୍କ ସମେତ ଶତାଧିକ ସାଥି ସମର୍ଥକ ମାନେ ତାଙ୍କ ବାସଭବନରେ ପହଞ୍ôଚ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ