ପୂର୍ବତନ ରାଜ୍ୟସଭାସାଂସଦ ତଥା ସିପିଆଇନେତା ଲକ୍ଷ୍ମଣମହାପାତ୍ରଙ୍କ ୩୭ତମ ଶ୍ରାଦ୍ଧ ଦିବସ ପାଳିତ

ଛତ୍ରପୁର,(ଦେବଦତ୍ତ ମହାରଣା): ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ସିପିଆଇ ନେତା ସ୍ୱର୍ଗତ ଲକ୍ଷ୍ମଣ ମହାପାତ୍ରଙ୍କ ୩୭ତମ ଶ୍ରାଦ୍ଧ ବାର୍ଷିକୀ ଦିବସ ଅବସରରେ ଆଜି ସ୍ଥାନୀୟ ଲକ୍ଷ୍ମଣ ଭବନ ଠାରେ ସାମାଜିକ ଦୂରତା ରକ୍ଷା କରି ଯୁବ ଆଇନଜିବୀ ଡି.ଆଦିନାରାୟଣ ରେଡ୍ଡୀଙ୍କ ସଭାପତିତ୍ୱରେ ଏକ ସ୍ମୃତି ସଭା ଅନୁଷ୍ଠିିତ ହୋଇଥିଲା । ଏହି ଅବସରରେ ସିପିଆଇ ଗଂଜାମ ଜିଲ୍ଲା ସଂପାଦକ ପ୍ରକାଶ ଚନ୍ଦ୍ର ପାତ୍ର, ଜିଲ୍ଲା ସହ-ସଂପାଦକ ନୀଳକଣ୍ଠ ଦାଶ, ଛତ୍ରପୁର ଜୋନାଲ ସଂପାଦକ ଏସ.କ୍ରିଷ୍ଣା ରେଡ୍ଡୀ, ଗଂଜାମ ଜୋନାଲ୍ ସହ-ସଂପାଦକ ପୂର୍ଣ୍ଣ ଚନ୍ଦ୍ର ରଥ ,ଚମାଖଣ୍ଡି ଜୋନାଲ ସଂପାଦକ ସିଏଚ୍‌.ଜନାର୍ଦ୍ଦନ ରେଡ୍ଡୀ , ସହ-ସଂପାଦକ ଏନ୍‌.ଗିରିଜା ପ୍ରସାଦ ରେଡ୍ଡୀ, ପୂର୍ବତନ ସରପଞ୍ଚ ସିମାଞ୍ଚଳ ସାହୁ, ବିଜୟ ପ୍ରଧାନ, ଟି.ନାରାୟଣ , ନବୀନ ଗୈାଡ, କେଶବ ବେହେରା, ଅବସରପ୍ରାପ୍ତ ଆଇଆରଇ କର୍ମଚାରୀ ଅଜୟ ମହାପାତ୍ର, ଛାତ୍ରସଂଘର ଜିଲ୍ଲାସଭାପତି କାମଦେବ ନାହାକ, ,ସିକନ୍ଦର ଖାଁ, .ପ୍ରଫୁଲ ପାଣିଗ୍ରାହୀ ,ଏସ୍‌.ତ୍ରିନାଥ ରେଡ୍ଡୀ,ଙ୍କ ସମେତ ବହୁ ସିପିଆଇ କର୍ମିମାନେ ଯୋଗଦେଇ ସ୍ୱର୍ଗତ ମହାପାତ୍ରଙ୍କ ଗୁଣଗାନ କରିଥିଲେ । ଏହାସହ ଚାଷୀମାନଙ୍କ ବିଭିନ୍ନ ସମସ୍ୟା ଉପରେ ମଧ୍ୟ ଆଲୋଚନା କରାଯାଇଛି । ଚାଷୀମାନଙ୍କୁ ଆବଶ୍ୟକ ପରିମାଣରେ ସାର ଏବଂ ବିଭିନ୍ନ କୃଷି ଜନିତ ସାମଗ୍ରୀ ପ୍ରଦାନ କରିବାକୁ ସିପିଆଇ ପାର୍ଟି ପକ୍ଷରୁ ଦାବୀ କରାଯାଇଛି । ଜିଲ୍ଲାରେ କରୋନା ମହାମାରୀରେ ବହୁ ଲୋକଙ୍କ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଲେଣି । ତେଣୁ ଜିଲ୍ଲାପ୍ରଶାସନ ଓ ସରକାରଙ୍କ ପକ୍ଷରୁ ଜିଲ୍ଲାରେ କୋରନା ଆକ୍ରାନ୍ତ ହୋଇଥିବା ବ୍ୟକ୍ତିମାନଙ୍କୁ ଉତ୍ତମ ସେବା ଯୋଗାଇବା ନିମନ୍ତେ ଦାବୀ କରାଯାଇଛି । ଏହାସହ ଅନ୍ୟ ରୋଗରେ ପିଡିତ ହୋଇଥିବା ରୋଗୀ ମାନଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ କରିବାକୁ ମଧ୍ୟ ସିପିଆଇ ପାର୍ଟି ପକ୍ଷରୁ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ