ମାଡପିଟ୍ରେ ୧ ଆହାତ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍): ନନ୍ଦିପଦା ଥାନା ଅଧିନସ୍ଥ ଇଞ୍ଚୋଳ ଗ୍ରାମରେ ଏକ କେବିନି ପକାଇବାକୁ ନେଇ ମାଡପିଟ ହେବାରୁ ଜଣେ ବ୍ୟକ୍ତି ଆହତ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ହାଇସ୍କୁଲ ଛକ ନିକଟରେ ଶିବ ପରିଡା ନାମକ ଜଣେ ବ୍ୟକ୍ତି ଏକ ଦୋକାନ କରିବାକୁ କେବିନି ପକାଉଥିଲା । ସେହି ଗ୍ରାମର ରବିନ୍ଦ୍ର ନାୟକ ନାମକ ଜଣେ ଯୁବକ ଏହାକୁ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପାଖରେଥିବା ଶିବଙ୍କ ପୁଅ ଦେବେନ୍ଦ୍ର ଦୁଡିଆସି ଡଧରିଥିବା ମୋବାଇଲରେ ରବିନ୍ଦ୍ରଙ୍କ ମୁଣ୍ଡକୁ ପିଟିଦେବାରୁ ରବିନ୍ଦ୍ରଙ୍କ ମୁଣ୍ଡ ଫାଟି ଯାଇଥିଲା । ତାଙ୍କୁ ଡାକ୍ତରଖାନା ନିଆଯାଇ ଚିକିତ୍ସା କରାଯିବା ପରେ ରବିନ୍ଦ୍ର ନନ୍ଦିପଦା ଥାନାରେ ଏନେଇ ଅଭିଯୋଗ କରିଛନ୍ତି ।


