ପୋଖରୀ ଓ ତାମ୍ପରା ହ୍ରଦକୁ ସଫେଇ କଲେ ଏନସିସି ଛାତ୍ରଛାତ୍ରୀ
ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଜାତୀୟ ସମର ଶିକ୍ଷାର୍ଥୀ ଶିଶୁ ମାନଙ୍କ ଦ୍ୱାରା ତାମ୍ପରା ହ୍ରଦର ସଫେଇ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମ୍ପାଦକ ପଦ୍ମ ଚରଣ ସାହୁ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପ୍ରାରମ୍ଭରେ ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ ମିଶନର କାର୍ଯ୍ୟକାରିତା ଓ ଆମ ଦାୟିତ୍ୱ ସମ୍ପର୍କରେ ଶିଶୁ ମାନଙ୍କୁ କହିଥିଲେ । ପରେ ସମସ୍ତ ଶିଶୁ ଓ ଆଚାର୍ଯ୍ୟ ମାନଙ୍କ ଦ୍ୱାରା ହ୍ରଦରେ ପଡିଥିବା ପ୍ଲାଷ୍ଟିକ ବୋତଲ, ପଲିଥିନ ଓ ଦଳ ଆଦିକୁ ସଫେଇ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଏନସିସି ଆଚାର୍ଯ୍ୟ ଡୋ. ଗଣେଷ ରେଡ୍ଡୀ, ସ୍କାଉଟ ମାଷ୍ଟର ଶିବ ପ୍ରସାଦ ପଟ୍ଟନାୟକଙ୍କ ସମେତ ବହୁ ଛାତ୍ରଛାତ୍ରୀ ଓ ଆଚାର୍ଯ୍ୟ ଆଚାର୍ଯ୍ୟା ମାନେ ଉପସ୍ଥିତ ଥିଲେ । ସେହିପରି ଛତ୍ରପୁର ସହରର ଲାଇନ ସାହି ଠାରେ ଥିବା ପୋଖରୀକୁ ଛତ୍ରପୁର ଅନସ୍ଲୋ ହାଇସ୍କୁଲର ଏନସିସି ଶିକ୍ଷକ ସନ୍ତୋଷ କୁମାର ବେହେରାଙ୍କ ନେତୃତ୍ୱରେ ଏନସିସି ଛାତ୍ରଛାତ୍ରୀ ମାନେ ସଫେଇ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନସ୍ଲୋ ଅନୁଷ୍ଠାନର କ୍ରୀଡା ଶିକ୍ଷକ ଅରୁଣ କୁମାର ମାନସିଂ ସହଯୋଗ କରିଥିଲେ ।


