ପୋଖରୀ ପାଣିରେ ବୁଡି ବରିଷ୍ଠ ମହିଳାଙ୍କ ଦେହାନ୍ତ
ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ପୋଲିସ ଥାନା ବାଲିପଦର ପାଣ୍ଡି ଅନ୍ତର୍ଗତ କଳମ୍ବ ପଞ୍ଚାୟତ ଡେଙ୍ଗାପଦର ଗ୍ରାମର ଜଣେ ୬୨ ବର୍ଷ ବୟସ୍କା ମହିଳା ନଭେମ୍ବର ୧୪ ତାରିଖ ଦିନ ପୋଖରୀ ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଡେଙ୍ଗାପଦର ଗ୍ରାମର ବିନାୟକ ପ୍ରଧାନଙ୍କ ଧର୍ମପତ୍ନୀ ସରସ୍ୱତୀ ପ୍ରଧାନ ସୋମବାର ଦିନ ସକାଳ ୮ ଘଣ୍ଟା ସମୟରେ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ପୋଖରୀକୁ ଗଲାବେଳେ ଗୋଡ ଖସିଯିବା ଯୋଗୁଁ ପାଣିରେ ବୁଡିଯାଇଥିଲେ। ଗ୍ରାମବାସୀ ବୃନ୍ଦ ସରସ୍ୱତୀଙ୍କୁ ପାଣିରୁ ଉଦ୍ଧାର କରି ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ହେଲେ ଡାକ୍ତର ସରସ୍ୱତୀ ପ୍ରଧାନଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ବାଲିପଦର ଆଉଟ ପୋଷ୍ଟ ପୋଲିସ ମର ଶରୀର ଜବତ କରି ବୁଗୁଡା ଥାନାର କେଶ ନଂ ୨୮/୨୨ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବାଲିପଦର ଓଆଇସି ସମୀର କୁମାର ବେହେରା ପ୍ରକାଶ କରିଛନ୍ତି।


