ପୋଖରୀ ସଫେଇ କଲେ ସ୍ଥାନୀୟ ବିଧାୟକ ଓ ଉପଜିଲ୍ଲାପାଳ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଗଞ୍ଜାମ ଜିଲ୍ଲା ପ୍ରଶାସନ ପୂର୍ବ ଘୋଷଣା ଅନୁଯାୟୀ ‘ଜଳସ୍ୱଚ୍ଛତା ଅଭିଯାନ’ କାର୍ଯ୍ୟକ୍ରମ ସହରାଞ୍ଚଳରେ ଜାରି ରହିଛି । ଆଜି ପୂର୍ବାହ୍ନରେ ଜିଲ୍ଲା ସଦର ମହକୁମା ଛତ୍ରପୁର ଏନ୍‌ଏସିର ୧୧ ନମ୍ବର ୱାର୍ଡରେ ଥିବା ଲାଇନବନ୍ଧ (ପୋଖରୀ)କୁ ନିଜେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଓ ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇ ଏନ୍‌ଏସିର ନବନିର୍ବାଚିତ ଜନପ୍ରତିନିଧିମାନେ ସହ ପୋଖରୀ ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପୋଖରୀ ପୁନରୁଦ୍ଧାର, ପୋଖରୀରେ ପ୍ଲାଷ୍ଟିକ୍ ମୁକ୍ତ, ମଇଳା ଆବର୍ଜନା ମୁକ୍ତ ଦିଗରେ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ପୋଖରୀ ସଫେଇ କାର୍ଯ୍ୟକ୍ରମରେ ଛତ୍ରପୁର ଏନ୍‌ଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍‌.ଗଣେଶ ବାବୁ, ୧୧ନଂ ୱାର୍ଡ କାଉନସିଲର ସନ୍ତୋଷୀ ସେଠୀ, ୧୨ ନଂ କାଉନସଲିର ବି.ନିଶ୍ଚଳା, ୧୦ ନଂକାଉନସିଲର ଦେବାଶିଷ ମିଶ୍ର, ଛତ୍ରପୁର ରାମାୟାଣାମା ଠାକୁରାଣୀ ଯାତ୍ରା କମିଟିର ମ୍ୟାନଜର କେ.ଚନ୍ଦ୍ରଶେଖର ରେଡ୍ଡୀ, ପୂର୍ବତନ କାଉନସିଲର ରାଜେଶ କୁମାର ସାହୁ, ପୂର୍ବତନ ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରାଙ୍କ ସମେତ ବହୁ ସ୍ୱଚ୍ଛସାଥୀ ଏବଂ ଏସଏଚଜି ମା ମାନେ ଏହି ପୋଖରୀ ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ