ପୋଲସରାରେ ଆମ୍ ଆଦମୀ ପାର୍ଟିର ନୂତନ କର୍ମକାର୍ତ୍ତ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଆମ୍ ଆଦମୀ ପାର୍ଟିର ସମ୍ମିଳନୀ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀରେ ଆମ୍ ଆଦମୀ ପାର୍ଟି ପୋଲସରା ବ୍ଲକ ସଂପାଦକ ରଞ୍ଜନ କୁମାର ସ୍ବାଇଁ ଅଧ୍ୟକ୍ଷତା କରିଥିଲେ । ବିଜୁଳି , ଗ୍ୟାସ ,ପେଟ୍ରୋଲ , ଖାଇବା ତେଲ ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି ଏବଂ ସ୍ବାସ୍ଥ୍ୟ, ଶିକ୍ଷା , ପାନୀୟ ଜଳଯୋଗାଣ ଓ ବେରୋଜଗାରୀକୁ ମୁଖ୍ୟ ପ୍ରସଙ୍ଗ କରି ୨୦୨୪ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ନିର୍ବାଚନ ଲଢ଼ିବା ନେଇ ଲକ୍ଷ୍ୟ ସ୍ଥିର କରିଛି । ଏନେଇ ପୋଲସରା ନିର୍ବାଚନ ମଣ୍ଡଳୀ ପାଇଁ ଆଦମୀ ପାର୍ଟିର ପୋଲସରା ବ୍ଲକ ପାଇଁ ରାମଚନ୍ଦ୍ର ବାରିକ ସଭାପତି, ମନୋଜ ପାତ୍ର ଉପସଭାପତି, ରଞ୍ଜନ ସ୍ବାଇଁ ସମ୍ପାଦକ, କାଳୁଚରଣ ନାୟକ ସହ ସମ୍ପାଦକ ଭାବେ କର୍ମକର୍ତ୍ତା ମନୋନୟନ କରାଯାଇଛି। ସେହିପରି ବୁଗୁଡା ବ୍ଲକର ପାଇଁ ସାଇରାମ ନାୟକ ସଭାପତି, ରବୀନ୍ଦ୍ର ପ୍ରଧାନ ଉପସଭାପତି, ସୁଦାମ ଗୌଡ଼ ସମ୍ପାଦକ, ଶାନ୍ତୁନୁ କୁମାର ସେଠୀ ସହସମ୍ପାଦକ ଭାବେ ଚୟନ କରାଯାଇଛି। ଏହି କର୍ମୀ ସମ୍ମିଳନୀରେ ଆମ ଆଦମୀ ପାର୍ଟିର ରାଜ୍ୟ ଯୁବ ଉପସଭାପତି ମନୋଜ କୁମାର ମିଶ୍ର, ଗଂଜାମ ଜିଲ୍ଲା ସଭାପତି ସୁବାଷ ରାଉତ, ଜିଲ୍ଲା ସାଧାରଣ ସଂପାଦକ ଆଦିତ୍ୟ ନାରାୟଣ ରଥ, ଜିଲ୍ଲା ମହିଳା ସଂପାଦିକା ଆରତୀ କୁମାରୀ ଦେବୀ, ବ୍ରହ୍ମପୁର ମହାନଗର ସଭାପତି ସି.ହରପ୍ରସାଦ ଓ ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ସଂଯୋଜକ ମାନସ ରଞ୍ଜନ ଦାସଙ୍କ ସମେତ ବହୁ ଦଳୀୟ କର୍ମୀ ଓ ନେତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ