ପ୍ରଚଣ୍ଡ ରୌଦ୍ର ତାପରେ ତ୍ରାଣକର୍ତ୍ତା ସାଜିଲେ ସ୍ବେଚ୍ଛାସେବୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗତ କିଛିଦିନ ହେବ ପ୍ରବଳ ରୌଦ୍ରତାପ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଏହି ସମୟରେ ଦେବଦୂତ ସାଜି ଅଖିଳ ଭାରତୀୟ ମାନବ ଅଧିକାର ପରିଷଦର ଲକ୍ଷ୍ମୀକାନ୍ତ ପାଢ଼ୀ ଓ କୁମାର ରେଡ୍ଡୀଙ୍କ ନେତୃତ୍ୱାଧୀନ ଅଖିଳ ଭାରତୀୟ ଯୁବାଜନ ସେବା ସମିତିର ସ୍ୱେଚ୍ଛାସେବୀଙ୍କ ସହାୟତାରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିସ୍ଥିତ ସେଞ୍ଚୁରୀୟନ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଶତାଧିକ ପଥଚାରୀଙ୍କୁ ଦହିପାଣି ବଣ୍ଟନ କରାଯାଇଥିଲା।  ଏହି ଅନନ୍ୟ କାର୍ଯ୍ୟକ୍ରମରେ ନିମନ୍ତ୍ରଣ ରକ୍ଷା କରି ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର, ସମାଜସେବୀ ଏସ. ଲିଙ୍ଗରାଜ, ରମେଶ ପାତ୍ର, ଶ୍ୟାମସୁନ୍ଦର ରେଡ୍ଡୀ ପ୍ରମୁଖ ଯୋଗ ଦେଇ ପଥଚାରୀଙ୍କୁ ଦହିପଣା ବଣ୍ଟନ କରିବା ସହ ଏହି ସେବା କାର୍ଯ୍ୟ ନିମନ୍ତେ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଜିର ଏହି ମହାନ କାର୍ଯ୍ୟରେ ଟି.ଶ୍ରୀକାନ୍ତ, ବସନ୍ତ ନାଇଡୁ, ପି. ତେଜେଶ୍ବର ରାଓ, ସୁରଜ ପାଢ଼ୀ, ମନୋରଞ୍ଜନ ବଡ଼ରଇତ ପ୍ରମୁଖ ଯୋଗ ଦେଇ ସହାୟତାର ଯଥାର୍ଥ ହାତ ବଢ଼ାଇଥିଲେ। ପ୍ରବଳ ଗୁଳୁଗୁଳିରେ ଆଗକୁ ମଧ୍ୟ ଏଭଳି ସେବାକାର୍ଯ୍ୟ ଜାରି ରହିବ ବୋଲି ସମାଜସେବୀ କୁମାର ରେଡ୍ଡୀ ମତ ପ୍ରକାଶ କରିବା ସହ ଲକ୍ଷ୍ମୀକାନ୍ତ ପାଢ଼ୀ ପଥଚାରୀଙ୍କୁ ଦ୍ୱିପ୍ରହର ସମୟରେ ବାହାରକୁ ଯିବା ସମୟରେ ଛତା ଓ ପାଣିବୋତଲ ସାଙ୍ଗରେ ନେଇ ଦୂର ଯାତ୍ରା କରିବାକୁ ଅନୁରୋଧ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ