ପ୍ରଚାରରେ ବିଜେଡି, ସ୍ୱାଧୀନ ଆଗରେ ବିଜେପି ହତୋତ୍ସହ, ଶୋଇଛି କଂଗ୍ରେସ

ଭାପୁର (ଜୁଗାବ୍ଦ ନ୍ୟୁଜ୍‍): ଆଗାମୀ ସାଧାରଣ ନିର୍ବାଚନ ଆଉ ମାତ୍ର ୭ଦିନ ବାକି ଥିବାବେଳେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଦଳର ପ୍ରାର୍ଥୀ ଜୋରଦାର ପ୍ରଚାର ଚଳାଇଛନ୍ତି । ବିଜେଡି ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଲଗାତାର ରୋଡ୍ ଶୋ ପରି ପ୍ରଚାର ଅବ୍ୟାହତ ରଖିଥିବାବେଳେ ସୋମବାର ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବଙ୍କ ସହ ଖୋଲା ଜିପ୍ରେ ପ୍ରଚାର କରିଥିଲେ । ତାଙ୍କ ସହ ହଜାର ହଜାର ଜନସାଧାରଣ ବାଇକ୍ ରାଲିରେ ସାମିଲ ହୋଇଥିଲେ । ବିଜେଡିର ପ୍ରମୁଖ ନେତୃମଣ୍ଡଳୀ ଜିପ୍, କାର ଯୋଗେ ବିଭିନ୍ନ ପଞ୍ଚାୟତରେ ରୋଡ୍ ଶୋ କରି ବିଜେଡି ସପକ୍ଷରେ ଭୋଟ୍ ଦେବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ । ବ୍ଲକ୍ ଉପାଧ୍ୟକ୍ଷ ଗୟାଧର ପରିଡ଼ା, ସମିତିସଭ୍ୟ ବସନ୍ତ କୁମାର ମାଝୀ, ସରପଞ୍ଚ ଲକ୍ଷ୍ମୀଧର ସାମନ୍ତରାୟ, ସରପଞ୍ଚ ତୋଫାନ ପ୍ରଧାନଙ୍କ ସମେତ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ବ୍ଲକ୍ ସଂଯୋଜକ ଜିତେନ୍ଦ୍ର ରଣସିଂ, ମାଲୁ ରାଉତ, ବିରଞ୍ଚି ପଟ୍ଟନାୟକ ଏବଂ ହଜାର ହଜାର କର୍ମୀ ବାଇକ୍ ରାଲିରେ ସାମିଲ ହୋଇଥିଲେ । ତେବେ ପ୍ରଚାରରେ ବିଜେପି ପଛରେ ପଡ଼ି ଯାଇଥିବା ଦେଖିବାକୁ ମିଳିଛି । ଖଣ୍ଡପଡ଼ାରୁ ବିଜେଡି ବହୁ ସଂଖ୍ୟାରେ ବିଜୟ ଲାଭ କରିବ ବୋଲି ବ୍ଲକ୍ ଉପାଧ୍ୟକ୍ଷ ଶ୍ରୀ ପରିଡ଼ା ପ୍ରକାଶ କରିବା ପରେ ଅନ୍ୟ ଜାତୀୟ ଜଳ ପ୍ରାର୍ଥୀ ହତୋତ୍ସାହ ହୋଇପଡ଼ିଥିବା ଜଣାପଡ଼ିଛି । କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଚାର ଦେଖାଯାଉନଥିବାବେଳେ ବିଜେପି ପ୍ରାର୍ଥୀଙ୍କ ପ୍ରଚାରରେ କୌଣସି ଜୋସ୍ ନଥିବା ପରିଲକ୍ଷିତ ହୋଇଛି । ଅନ୍ୟପକ୍ଷରେ ସ୍ୱାଧୀନ ପ୍ରାର୍ଥୀ ଦୁଷ୍କନ୍ତ କୁମାର ସ୍ୱାଇଁ ତାଙ୍କ ପ୍ରଚାର ଓ ରୋଡ୍ ଶୋ ଜୋରଦାର କରୁଥିବା ଦେଖାଯାଇଛି । ଏପରି ସ୍ଥିତିରେ ଜାତୀୟଦଳ ଅପେକ୍ଷା ସ୍ୱାଧୀନ ପ୍ରାର୍ଥୀଙ୍କ ପ୍ରଚାର ଆଗରେ ରହିଛି ବୋଲି ସାଧାରଣରେ ଆଲୋଚନା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ