ଶ୍ରୀରାମ ନବମୀ ପୂଜା

ଚିଲିକା (ଆପ୍ର):ସ୍ଥାନୀୟ ବଡ଼ବଦର ରୋଡ଼ସ୍ଥିତ ଶ୍ରୀରାମ ବଜାରର ୧୮ତମ ବାର୍ଷିକୋତ୍ସବ ଓ ଶ୍ରୀରାମ ନବମୀ ପୂଜା ଉତ୍ସବ ଗତ ୨ଦିନ ଧରି ପାଳିତ ହୋଇଯାଇଛି । ବଜାରର ପ୍ରତିଷ୍ଠାତା ସଭାପତି ପ୍ରଦୋଷ କୁମାର ଦାସଙ୍କ ନେତୃତ୍ୱରେ ତଥା ବଜାର କମିଟିର ସମସ୍ତ ସଦସ୍ୟଙ୍କ ସହଯୋଗରେ ଆୟୋଜିତ ଏହି ଉତ୍ସବରେ ପ୍ରଭୁ ଶ୍ରୀରାମ, ଭ୍ରାତା ଲକ୍ଷ୍ମଣ, ମାତା ସୀତା ଓ ବୀର ହନୁମାନଙ୍କ ମୃଣ୍ମୟ ମୂର୍ତ୍ତି ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଅବସରରେ ପ୍ରତ୍ୟହ ସନ୍ଧ୍ୟାରେ ପାଲା ଓ ସଂକୀର୍ତ୍ତନ ପରିବେଷଣ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ