ପ୍ରତି ପଂଚାୟତରେ ସେଟଲମେଣ୍ଟ କ୍ୟାମ୍ପ କରିବା ନିମନ୍ତେ ଆମ୍ବେଦକର ସମତା ପରିଷଦ ପକ୍ଷରୁ ତହସିଲଦାରଙ୍କୁ ସ୍ମାରକପତ୍ର ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ତହସିଲରେ ଦୀର୍ଘ ୪୬ ବର୍ଷ ହେଲା ଜମିଜମା ରେକର୍ଡ ସଂଶୋଧନ ହୋଇପାରିନାହିଁ । ପୂର୍ବ ପୁରୁଷ ମାନଙ୍କ ନାମରେ ଥିବା ଜମିଜମା ଗୁଡିକ ପ୍ରକୃତ ହିତାଧିକାରୀ ମାନେ ଭୋଗ କରିପାରୁନାହାନ୍ତି । ଯେହେତୁ ତାଙ୍କ ନାମରେ ପଟ୍ଟା ହୋଇପାରିନାହିଁ । ଫଳରେ ସେମାନଙ୍କ ପିଲାଙ୍କ ପାଠପଢା, ଧାନ ବିକିବା ଆଦି ସରକାରୀ ସୁବିଧା ପାଇବାରୁ ବଂଚିତ ହେଉଛନ୍ତି । ସରକାରଙ୍କ ରାଜସ୍ୱ ବିଭାଗ ପକ୍ଷରୁ ଜମିଜମାର ରେକର୍ଡ ସଂଶୋଧନ କରିବା ପାଇଁ ନିର୍ଦ୍ଦେଶ ଆସିଥିଲେ ସୁଦ୍ଧା ତାହା କାର୍ଯ୍ୟକାରୀ ହୋଇପାରିନାହିଁ । ଏହା ସହିତ ବସୁନ୍ଧରା ଯୋଜନାରେ ଗରିବ ଜମିହୀନ ମାନଙ୍କୁ ୧୦ ଡେସିମେଲ ଯାଗା ଦେବା ପାଇଁ ନିୟମ ରହିଥିଲେ ସୁଦ୍ଧା ବହୁ ଜମିହୀନ ପରିବାର ଏହି ସୁବିଧାରୁ ବଂଚିତ ରହୁଛନ୍ତି । ଏଣୂ ରାଜସ୍ୱ ବିଭାଗ ପକ୍ଷରୁ ପ୍ରତି ପଂଚାୟତରେ ସେଟଲମେଣ୍ଟ କ୍ୟାମ୍ପ କରି ଜମିଜମା ରେକର୍ଡ ସଂଶୋଧନ କରିବା ନିମନ୍ତେ ଛତ୍ରପୁର ଆମ୍ବେଦକର ସମତା ପରିଷଦ ପକ୍ଷରୁ ଦାବି କରାଯିବା ସହ ଏକ ଲିଖିତ ସ୍ମାରକପତ୍ର ତହସିଲଦାରଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ନଚେତ୍ ଆଗାମୀ ଦିନରେ ଜନ ସାଧାରଣ ମାନଙ୍କ ହିତ ନିମନ୍ତେ ଆନ୍ଦୋଓ ଳନ ପନ୍ଥା ଗ୍ରହଣ କରାଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଛତ୍ରପୁର ଆମ୍ବେଦକର ସମତା ପରିଷଦର ସଭାପତି ଭାଗିରଥି ବେହେରା, ପ୍ରଶାନ୍ତ କୁମାର ବେହେରା, ନିଳାଦ୍ରୀ ପ୍ରଧାନ, ପୂର୍ବତନ ସରପଞ୍ଚ ଟି.ଗାଉରିଆ ରେଡ୍ଡୀ ଟି. କ୍ରିଷ୍ଣା ରାଓ ଙ୍କ ସମେତ ବହୁ ଅଂଚଳବାସୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ