୧୧ଟି ଜିଲ୍ଲାରେ ହେବ ଘୂର୍ଣ୍ଣିଝଡ : ପାଣିପାଗ ବିଭାଗ

ଭୁବନେଶ୍ୱର,(‌ୱାଇଏନ୍‌ଏସ୍‌): ଦକ୍ଷିଣ-ପୂର୍ବ ମଧ୍ୟ ପ୍ରଦେଶ ଓ ଏହାର ଆଖପାଖ ଅଂଚଳରେ ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତାକାଲି (୧୩ ତାରିଖ ସକାଳ ଠାରୁ ୧୪ ତାରିଖ ସକାଳ ମଧ୍ୟରେ) ରାଜ୍ୟର ଉତର ଉପକୂଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର , ଅନୁଗୁଳ, ଢେଙ୍କାନାଳ,ଖୋର୍ଦ୍ଧା, ନୟାଗଡ, ପୁରୀ ଓ ଗଂଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଏଭଳି ସ୍ଥିତି ଦେଖାଯାଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଅପରପକ୍ଷରେ ଘୂର୍ଣ୍ଣିଝଡ ଓ ବଜ୍ରପାତ ଆଶଙ୍କା ଥିବା ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକ ହେଲା ବାଲେଶ୍ୱର , ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଂଜ, ଅନୁଗୁଳ ଓ ଢେଙ୍କାନାଳ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ