ପ୍ରଥମ ଥର ଲାଗି ସ୍ୱରାଜ-ଶିବାନୀ ଯୋଡ଼ି
ଖୁବ ଶୀଘ୍ର ଓଲିଉଡ଼ ନାୟକ ସ୍ୱରାଜଙ୍କ ସହ ଶିବାନୀଙ୍କୁ ଏକ ଓଡ଼ିଆ ସିନେମାରେ ଦେଖିବାକୁ ପାଇବେ ଦର୍ଶକ । ହଁ , ସ୍ୱରାଜ-ଶିବାନୀ ଯୋଡ଼ିଙ୍କର ଯେଉଁ ଓଡ଼ିଆ ସିନେମା ଆସୁଛି ତାହାର ଟାଇଟଲ୍ ରହିଛି “ଦିଲ୍ ମୋର ମାନେନା’?
ସ୍ୱରାଜ ଶିଶୁ କଳାକର ଭାବେ ଓଲିଉଡରେ ଅଭିନୟ ଜୀବନ ଆରମ୍ଭ କରିଥିଲେ । ତାଙ୍କୁ ତରଙ୍ଗ ସିନେ ପ୍ରଡକସନ୍ସ ୨୦୧୭ରେ “ତୁ ମୋ ଲଭ ଷ୍ଟୋରି’ରେ ହିରୋ ଭାବେ ବ୍ରେକ୍ ଦେଇଥିଲେ । ଏହି ଫିଲ୍ମରେ ନାୟିକା ଭୂମିକା ନିଭାଇଥିଲେ ନବାଗତ ଭୂମିକା, ଯିଏ ବି ଶିଶୁ କଳାକାରରୁ ହିରୋଇନ୍ ବନିଥିଲେ । ଏହା ପରେ ସ୍ୱରାଜ “ଲୈଲା ଓ ଲୈଲା’ଏବଂ “ଲଭ୍ ଏକ୍ସ ପ୍ରେସ୍’ “ତୁ ମୋ ଲଭ ଷ୍ଟାରି ୨’ ଏବଂ ଦିସ ଇଜ ମାୟାରେ ବାୟା’ ଆଦି ସିନେମାରେ ଅଭିନୟ କରିଛନ୍ତି । ଠିକ୍ ସେହିପରି ଶିଶୁ କଳାକାରରୁ ନାୟିକା ବନି ବେଶ୍ ଚର୍ଚ୍ଚାରେ ଅଛନ୍ତି ଶିବାନୀ । ତାଙ୍କୁ ତରଙ୍ଗ ସିନେ ପ୍ରଡକସନ୍ସ ୨୦୧୭ରେ “ସିଷ୍ଟର ଶ୍ରୀଦେବୀ’ ସିନେମାରେ ବାବୁସାନଙ୍କ ବିପକ୍ଷରେ ନାୟିକାଭାବେ ବ୍ରେକ୍ ଦେଇଥିଲେ । ୨୦୧୮ରେ ଦର୍ଶକ ଅନୁଭବଙ୍କ ବିପକ୍ଷରେ “ପ୍ରେମକୁମାର’ଦେଖିବାକୁ ପାଇଛନ୍ତି । “ଦିଲ୍ ମାର ମାନେନା’ ଏକ ଟିନ୍ ଏଜ୍ ଲଭ ଷ୍ଟୋରି ବୋଲି କୁହାଯାଉଛି । ଏହି ସିନେମାର ନିଦ୍ଦେଶକ ହେଲେ ବରିଷ୍ଠ ନିର୍ଦ୍ଦେଶକ ହିମାଂଶୁ ପରିଜା (ଚଣ୍ଡୀ) । ରାଜେଶ ବପଲିନ୍ ଏହି ସିନେମାର ପ୍ରଯୋଜନା କରୁଛନ୍ତି ।


