ରିଲିଜ୍ ହେଲା “ଦବଙ୍ଗ-୩’ର ପ୍ରଥମ ଗୀତ
ସଲମାନ ଖାନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର “ଦବଙ୍ଗ-୩’ର ପ୍ରଥମ ଗୀତ ଗୁରୁବାର ରିଲିଜ୍ ହୋଇଛି । ଗୀତର ନାଁ ରହିଛି “ନୈନା ଲଢ଼େ…’ ଏହି ଗୀତକୁ ଏପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଲୋକ ଶୁଣି ସାରିଲେଣି । ଏହି ଗୀତକୁ ଜାୱେଦ ଅଲ୍ଲୀ ଗାଇଛନ୍ତି । ସାଜିଦ-ୱାଜିଦ ଏହାର ସ୍ୱର ସଂଯୋଜନା କରିଛନ୍ତି । ଦାନିଶ ସାୱରୀ ଗୀତ ରଚନା କରିଛନ୍ତି । ଗୀତକୁ ବର୍ତ୍ତମାନ ସୁଦ୍ଧା କେବଳ ଅଡ଼ିଓରେ ରିଲିଜ୍ କରାଯାଇଛି । ଗୀତ ଶୁଣିବା ପରେ ଏହାର ଭିଡିଓ ଦେଖିବା ପାଇଁ ଦର୍ଶକଙ୍କ ଉକ୍ରଣ୍ଠା ବୃଦ୍ଧି ପାଇଛି ।


