ଡିଜିଟାଲ ଚିକିତ୍ସାଳୟ ଉଦଘାଟିତ

ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍‌): ବୁଗୁଡା ବ୍ଲକ ଅନ୍ତର୍ଗତ ମୋଟାବାଡ଼ି ଗ୍ରାମରେ ଗୁରୁବାର ଦିନ ପୋଲସରା ବିଧାୟକ ତଥା ଗଂଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ଦ୍ୱାରା ନୂତନ ଡିଜିଟାଲ ଚିକିତ୍ସାଳୟ ଉଦଘାଟିତ ହୋଇଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ଗୋପବନ୍ଧୁ ବେହେରା,ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ୱରୀ ଖଟେଇ,ସରପଞ୍ଚ ନିର୍ମଳା ନାୟକ,ସମିତି ସଭ୍ୟା ସୁନିତା ପ୍ରଧାନ,ପୂର୍ବତନ ସରପଞ୍ଚ ବିଷ୍ଣୁଚକ୍ର ନାୟକ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଖଦାଳ ଖଟେଇ ପ୍ରମୁଖ ଯୋଗଦେଇଥିଲେ।ବର୍ତ୍ତମାନ ସେଠାରେ ଜଣେ ଫାର୍ମାସିଷ୍ଟ ଓ ଜଣେ ଷ୍ଟାପ ନର୍ସ ନିଯୁକ୍ତି ପାଇଥିବା ବେଳେ ସେଟଲାଇଟ ଦ୍ୱାରା ଡାକ୍ତରଙ୍କ ପରାମର୍ଶ ନେଇ ରୋଗୀଙ୍କ ଚିକିତ୍ସା କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ