ପ୍ରଥମ ଦିବସରେ ୧୯୯୫ ପରୀକ୍ଷାର୍ଥୀ ପରୀକ୍ଷା ଦେଲେ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଓଡିଶା ମାଧ୍ୟାମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୧୦ମ ଶ୍ରେଣୀ ସମେଟିଭ୍ ଏସେସମେଣ୍ଟ-୨ ପରୀକ୍ଷା ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି । ପ୍ରଥମ ଦିବସ ମାତୃଭାଷା ଓଡିଆ ବିଷୟ ପରୀକ୍ଷା ଶାନ୍ତି ଶୃଙ୍କଳାର ସହ ସମାପନ ହୋଇଥିବା ଜଣାପଡିଛି । ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ବ୍ଳକର ୧୧ଟି କେନ୍ଦ୍ରରେ ୨୦୩୧ ପରୀକ୍ଷାର୍ଥୀ ପରୀକ୍ଷା ଦେବା ଲାଗି ସ୍ଥିରିକୃତ କରାଯାଇଥିଲା । ପ୍ରଥମ ଦିବସ ଶୁକ୍ରବାର ଦିନ ସ୍ଥାନୀୟ ବ୍ଳକ ସାହାପୁର ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୧୮୮ରୁ ୧୮୧ ଉପସ୍ଥିତ ଥିବା ବେଳେ ୭ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ । ସେହିପରି ଗଣେଷ ବିଦ୍ୟାପିଠ, ଗଣ୍ଡଳାରେ ୧୮୨ରୁ ୧୮୧, କଞ୍ଚୁରୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୮୧ରୁ ୧୭୬, ମକରଝୋଳ ଉଚ୍ଚ ବିଦ୍ୟାଳୟରେ ୧୩୬ରୁ ୧୩୨. ଇୁରୁପୋଡା ଭଗବତୀ ବିଦ୍ୟାପିଠରେ ୧୨୯ରୁ ୧୨୪, ପୋଡିଙ୍ଗି ଶ୍ୟାମଳାଇ ଉଚ୍ଚ ବିଦ୍ୟାଳୟରେ ୧୬୮ରୁ ୧୬୬, ସାରୁ ଉଚ୍ଚ ବିଦ୍ୟାଳୟରେ ୧୫୨ରୁ ୧୪୯, ପୌରାଞ୍ଚଳ ସ୍ଥିତ ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟରେ ୧୩୪ରୁ ୧୩୩, ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ୪୪୬ରୁ ୪୪୧ ଓ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରୀକ୍ଷା କେନ୍ଦ୍ରରେ ୩୧୫ରୁ ୩୧୨ ପରୀକ୍ଷାର୍ଥୀ ଉପସ୍ଥିତ ଥିଲେ । ୧୧ଟି ପରୀକ୍ଷା କେନ୍ଦ୍ରରେ ୧୯୯୫ ପରୀକ୍ଷାର୍ଥୀ ଉପସ୍ଥିତ ଥିବା ବେଳେ ୩୬ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ । ସେହିପରି ମଧ୍ୟମାରେ ୬ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪ ଉପସ୍ଥିତ ଥିବା ବେଳେ ୨ଜଣ ଏବଂ ଓପେନ ସ୍କୁଲ ପରୀକ୍ଷାରେ ସାପୁଆପଲ୍ଲୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୫୯ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୪ ଜଣ ଉପସ୍ଥିତ ଥିବା ବେଳେ ୧୫ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଗିରିଧରଙ୍କ ସୁତ୍ରରୁ ପ୍ରକାଶ । ଶାନ୍ତି ଶୃଙ୍କଳା ସକାଶେ ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ନିର୍ଦ୍ଦେଶରେ ତ୍ସ୍ ପରୀକ୍ଷା କେନ୍ଦ୍ରରେ ପୁଲିସ ମୃତୟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ