ମୁଖ୍ୟମନ୍ତ୍ରୀ ମୋତେ ୪ ମାସ ସମୟ ଦେଇଛନ୍ତି : ଦାମ

ଭୁବନେଶ୍ୱର : ପୂର୍ବତନ ବିଧାୟକ ଓ ସାଂସଦମାନଙ୍କୁ ସରକାରୀ କ୍ୱାର୍ଟର୍ସ ଛାଡ଼ିବା ପାଇଁ ନୋଟିସ ଗଲା ପରେ ଏହାକୁ ନେଇ ବୟାନବାଜି ଜାରି ରହିଛି । ଏହି ପ୍ରସଙ୍ଗରେ ଆଜି ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ନିଜ ପ୍ରତିକ୍ରିୟା ଦେଇଚନ୍ତି । ସେହ କହିଛନ୍ତି ନିୟମ ଅନୁଯାୟୀ କ୍ୱାର୍ଟର୍ସ ଛାଡ଼ିବା କଥା । ମୋତେ ବି ଏଥିପାଇଁ ନୋଟିସ ମିଳିଛି । କିନ୍ତୁ ମୁଁ ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲି । ମୋ ପତ୍ନୀଙ୍କର ଦେହାନ୍ତ ହୋଇଯାଇଥିବାରୁ ତାଙ୍କ ଅସ୍ଥି ଏଠାରେ ରଖାଯାଇଛି । ତାହାକୁ ଗଙ୍ଗାରେ ବିସର୍ଜନ କରାଯିବା କଥା କିନ୍ତୁ ଏ ଯାଏ ବିସର୍ଜନ ହୋଇନାହିଁ । ତେଣୁ କ୍ୱାର୍ଟର୍ସ ଛାଡ଼ିବା ପାଇଁ କିଛି ଦିନ ସମୟ ମାଗିଥିଲି । ଯଦି ଆବଶ୍ୟକ ପଡ଼େ ମୁଁ ବଜାର ଦରରେ ଘରଭଡ଼ା ଦେବି ବୋଲି କହିଥିଲି । ମୁଖ୍ୟମନ୍ତ୍ରୀ ମୋତେ ଆଉ ଚାରି ମାସ ଏଠାରେ ରହିବାକୁ ଅନୁମତି ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ