ପ୍ରଥମ ବନ୍ୟାସତର୍କ ସଂକେତ ଉପରେ ପ୍ରବାହିତ ହେଉଛି ବଂଶଧାରା ନଦୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲାର କାଶୀନଗର ବ୍ଲକ ରେ ପ୍ରଥମ ବନ୍ୟାସତର୍କ ସଂକେତ ଉପରେ ପ୍ରବାହିତ ହେଉଛି ବଂଶଧାରା । ଗତ ଦୁଇ ଦିନ ଆକାଶ ମେଘାଚ୍ଛନ୍ନ ରହିବା ଓ ଉପରେ ମୁଣ୍ଡରେ ବର୍ଷା ହେବା ଟୀଫଳରେ ଓ ବଡ଼ ନାଳ ଦ୍ୟାମ୍ ରୁ ପାଣି ଛାଡି ଦେବା ଫଳରେ କାଶୀନଗର ଦେଇ ପ୍ରବାହିତ ବଂଶଧାରା ନଦୀ ରେ ପ୍ରବଳ ବନ୍ୟା ଆସିଛି । କାଶୀନଗର ଠାରେ ବଂଶଧାରା ନଦୀରେ ବନ୍ୟା ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ସନ୍ଧ୍ୟା ୭ଟା ସୁଦ୍ଧା ୫୪.୨୨ ମିଟର ରେ ପ୍ରବାହିତ ହେଉଥିବା ନେଇ ଜିଲ୍ଲା ପ୍ରଶାସନ ଠାରୁ ସୁଚନା ମିଳିଛି । ଆକାଶ ମେଘାଚ୍ଛନ୍ନ ରହିଛି।ମଝିରେ ମଝିରେ ଟିକେ ବର୍ଷା ହେଉଛି କାଶୀନଗର ତହସିଲଦାର ଶ୍ରୀ ସଲେମନ୍ ଖର୍ସେଲ ଅତିରିକ୍ତ ତହସିଲଦାର ଖଣ୍ଡବା ଓ ଅବବାହିକାରେ ଥିବା ଗ୍ରାମ ପରିଦର୍ଶନ କରି ପରିସ୍ଥିତି ସମୀକ୍ଷା କରୁଛନ୍ତି। ଗୋଟା ବେରେଜ୍ କତୃପକ୍ଷ ବନ୍ୟା ଜଳ ନିୟନ୍ତ୍ରଣ କରୁଥିବା ସ୍ଥାନୀୟ କେନ୍ଦ୍ରୀୟ ଜଳ ଆୟୋଗ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ