ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତାର ଶିଳାନ୍ୟାସ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ଵର ସାଂସଦ ମାନ୍ୟବର ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ପ୍ରସ୍ତାବ କ୍ରମେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଥିବା ରେମୁଣା ନିର୍ବାଚନ ମଣ୍ଡଳୀର ନୂଆପାଢ଼ୀ ଠାରୁ ହଳଦିଆ ପର୍ଯନ୍ତ ୯କୋଟି ୨୦ ଲକ୍ଷ ୫୩ ହଜାର ଟଙ୍କା ଅନୁଦାନ କ୍ରମେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ହେଉଥିବା ରାସ୍ତାର ଶିଳାନ୍ୟାସ ମାନ୍ୟବର ରେମୁଣାର ବିଧାୟକ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ପରିଡା ଓ ରେମୁଣାର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ ଓ ଅନ୍ୟ ମାନ୍ୟଗନ୍ୟ ଅତିଥି ଓ ଲୋକ ପ୍ରତିନିଧି ମାନଙ୍କ ଉପସ୍ଥିତିରେ ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ଦ୍ଵାରା ହେଲା। ଏହି ପ୍ରକଳ୍ପକୁ ଅନୁମୋଦନ କରିଥିବାରୁ ମାନ୍ୟବର କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ଗିରିରାଜ ସିଂହ ଓ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ସମବେତ ନେତୃବୃନ୍ଦ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ