୨୦ ଥର ପାଇଁ ଗର୍ଭବତୀ ହେଲେ ମହିଳା, ଚକିତ ହେଲେ ଡାକ୍ତର

ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଜଣେ ମହିଳା ୨୦ ଥର ପାଇଁ ଗର୍ଭବତୀ ହୋଇଛନ୍ତି ବୋଲି ଜାଣିବାକୁ ମିଳିଛି । ଏ ସମ୍ପର୍କରେ ସୋମବାର ମହିଳାଙ୍କର ଦେଖାଶୁଣା କରୁଥିବା ଡାକ୍ତର ସୂଚନା ଦେଇ କହିଛନ୍ତି । ବିଡ୍ ଜିଲ୍ଲାରେ ୩୮ ବର୍ଷୀୟା ଏହି ମହିଳାଙ୍କର ୧୬ଟି ପ୍ରସବ ସଫଳ ହୋଇଥିବାବେଳେ ଆଉ ୩ଟି ପିଲାଙ୍କୁ ସେ ନଷ୍ଟ କରି ଦେଇଛନ୍ତି । ବର୍ତ୍ତମାନ ସେ ୭ ମାସର ଗର୍ଭବତୀ । ତେବେ ଜାଣିବାକୁ ମିଳିଛି ଯେ ମହିଳାଙ୍କ ସଫଳ ୧୬ଟି ପ୍ରସବ ମଧ୍ୟରୁ ୧୧ ଜଣ ପିଲା ବଞ୍ଚିଛନ୍ତି । ଆଉ ବାକି ୫ ଜଣ ଜନ୍ମ ହେବାର କିଛି ଘଣ୍ଟା କିମ୍ବା କିଛି ଦିନ ପରେ ମରି ଯାଇଥିବା ସୂଚନା ରହିଛି । ଗର୍ଭବତୀ ହେବାର ୩ ମାସ ମଧ୍ୟରେ ସେ ୩ ପିଲାଙ୍କୁ ନଷ୍ଟ କରିଥିବା ଜାଣିବାକୁ ମିଳିଛି । ମହିଳା ୨୦ ଥର ପାଇଁ ଗର୍ଭବତୀ ହେବା କଥା ଶୁଣି ଡାକ୍ତରମାନେ ଭୟରେ ଆସି ତାଙ୍କର ଗୁଡ଼ାଏ ଟେଷ୍ଟ୍ କରିବା ପରେ ଉଭୟ ମାଆ ଓ ଛୁଆ ସୁସ୍ଥ ଅଛନ୍ତି ବୋଲି ଜାଣିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ