ପ୍ରଧାନ ମନ୍ତ୍ରି ଗ୍ରାମୀଣ ସଡକ ଯୋଜନାରେ ଅନିୟମିତତା;ରାସ୍ତା କାର୍ଯ୍ୟ ଭଲରେ ନହେଲେ ଆନ୍ଦୋଳନ ଚେତାବନୀଦେଲେ ସ୍ଥାନୀୟ ଲୋକେ
ଆର.ଉଦୟଗିରି, (ଦେବାଶିଷ କାର୍ଜି):ସରକାର ଗରିବ ନିରୀହ ସରଳ ଆଦିବାସୀ ମାନଙ୍କ ଲାଗି ଯୋଜନା ଉପରେ ଯୋଜନା ପ୍ରଣୟନ କରି ସେମାନଙ୍କ ସ୍ୱାର୍ଥକୁ ଦୁଷ୍ଟିରେ ରଖି ଶିକ୍ଷା , ସ୍ୱାସ୍ଥ୍ୟ , ଗମନାଗମନ ଭଳି ବ୍ୟବସ୍ଥାକୁ ମଜବୁତ କରିବାଲାଗି କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି ହେଲେ ଗଜପତି ଜିଲ୍ଲା ଏକ ଆଦିବାସୀ ଅଧୁସିତ ଅଞ୍ଚଳ ହୋଇଥିବାବେଳେ ଏଠାରେ ସତ ପ୍ରତିଶତ ଅଞ୍ଚଳ ପାହାଡିଆ ଓ ଜଙ୍ଗଲରେ ପରିପୂର୍ଣ୍ଣ | ତେବେ ଏହି ଅଞ୍ଚଳରେ ଆଜିବି ଅନେକ ଗ୍ରାମ ଅଛି ଯାହାକି ପାହାଡ଼ ପର୍ବତ ଉପରେ ଅବସ୍ଥିତ | ତେବେ ଉକ୍ତ ପାହାଡ଼ ଉପରେ ରହୁଥିବା ଆଦିବାସୀ ମାନଙ୍କ ଯାତାୟତର ସୁବିଧା ଲାଗି ପ୍ରଧାନ ମନ୍ତ୍ରି ସଡକ ଯୋଜନା ମାଧ୍ୟମରେ ଅନ୍ତର୍ଭୂକ୍ତ କରି ସେମାନେ ଯେପରି ସୁବିଧାରେ ନିଜ ଗ୍ରାମକୁ ଯାତାୟାତ କରିପାରିବେ ସେଥିଲାଗି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅହରହ ଉଦ୍ୟମ ଚାଲୁ ରହିଛି ହେଲେ ଉକ୍ତ ପ୍ରଧାନ ମନ୍ତ୍ରି ରାସ୍ତା ନିର୍ମାଣ କାର୍ଯ୍ୟରେ ଠିକା ନେଇଥିବା ସଂସ୍ଥାର ମନ ମୁଖି କାର୍ଯ୍ୟ ଯୋଗୁଁ ରାସ୍ତାର ଅବସ୍ଥା ବେହାଲ ହୋଇପଡିଛି | ଏପରି ଏକ ଘଟଣା ଦେଖିବାକୁ ମିଳିଛି ନୂଆଁଗଡ଼ ବ୍ଲକ ଅନ୍ତ୍ରଗତ ଆତରସିଂ ଠାରୁ କେରେ ଗ୍ରାମକୁ ସଂଯୋଗ କରୁଥିବା ପ୍ରଧାନ ମନ୍ତ୍ରି ସଡକରେ | ତେବେ ଉକ୍ତ ରାସ୍ତା ତାବରଡା ଠାରୁ ରେଗେଡି ଗୁମ୍ମା ଛକ ଓ ରେଗେଡି ଗୁମାଠାରୁ ଠାରୁ କେରେ ଏବଂ କେରେ ଗ୍ରାମଠାରୁ ଆତାରସିଂ ଗ୍ରାମ ଯାଏଁ ଉକ୍ତ ସଡକ ହେଉଥିବାବେଳେ ଆତାରସିଂ ଠାରୁ କେରେ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ପିଚୁ ପଡି ଚାରି /ପାଞ୍ଚଦିନ ହୋଇଥିବାବେଳେ ବର୍ତ୍ତମାନ ଠାରୁ ଉକ୍ତ ପିଚୁଗୋଡି ବାହାରି ରାସ୍ତାରେ ମେଟାଲ ଦିଶୁଛି ବୋଲି ଗ୍ରାମବାସୀ ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଛନ୍ତି | ସେପଟେ ରାସ୍ତାରେ ଜନସାଧାରଣ ଚାଲି ଚାଲି ଗଲେ ରାସ୍ତାରୁ ପିଚୁ ଓ ଗୋଡି ବାହାରୁଥିବା ବେଳେ ଭାରି ଜାନ ମାନ ଯାତାୟତ କଲେ ଏହି ରାସ୍ତାର ଅବସ୍ଥା ମାଟି ରାସ୍ତାରେ ପରିଣତ ହେବବୋଲି ଉକ୍ତ ଗ୍ରାମବାସୀ ଅଭିଯୋଗ କରିଛନ୍ତି | ଅନ୍ୟପଟେ ଉକ୍ତ ରାସ୍ତାର ଅବସ୍ଥା ସୌଚନୀୟ ଓ ଜରାଜୀର୍ଣ୍ଣ ଭାବେ ହେଉଥିବା ହେତୁ ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ତଦାରଖ କରୁଥିବା ସୁପରଭାଇଜରଙ୍କୁ ସ୍ଥାନୀୟ ଲୋକେ ଦୃଷ୍ଟି ଗୋଚର କଲେ ମଧ୍ୟ ଉକ୍ତ ଠିକାଦାର ସେମାନଙ୍କୁ ନାଲି ଆଖି ଦେଖାଇବା ସହ ଗାଳି ଗୁଲଜ କରୁଥିବା କେରେ ଗ୍ରାମର ସ୍ଥାନୀୟ ଲୋକେ ଯଥା ଧୀରେନ୍ଦ୍ର ମଣ୍ଡଳ , ମିସାଇଲ ମଣ୍ଡଳ ଓ ଇସ ମଣ୍ଡଳ ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଛନ୍ତି | ସେପଟେ ଉକ୍ତ ରାସ୍ତାର ସମସ୍ୟା ନେଇ ସହକାରୀ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାରେ ସେ କହିଥିଲେ ଉକ୍ତ ରାସ୍ତାର ସମୟ ସୀମା ପାଞ୍ଚ ବର୍ଷ ତଥାପି ମୁଁ ସେହି ରାସ୍ତାକୁ ଯାଇ ଏହାର ଯାଞ୍ଚ କରିବି ଏବଂ ରାସ୍ତାର ଅବସ୍ଥା ବେହାଲ ଅବସ୍ଥାରେ ଥିଲେ ତାହାକୁ ମୁଁ ପୁନଃ ନିର୍ମାଣ କରିବା ଲାଗି ନିର୍ଦେଶ ଦେବିବୋଲି ସେ ଆମକୁ ସୂଚନା ଦେଇଥିଲେ | ଅନ୍ୟପଟେ ଉକ୍ତ ରାସ୍ତା ପୁନଃ ଭଲରେ ନିର୍ମାଣ ନକଲେ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି କେରେ ଗ୍ରାମବାସି ଚେତାବନୀ ଦେଇଛନ୍ତି |


