ପ୍ରବାସୀ ଓଡିଆଙ୍କ ପଞ୍ଜୀକରଣ ନେଇ ଅଧିକାରୀ ମାନଙ୍କୁ ତାଲିମ ପ୍ରଦାନ

ବନ୍ତ (ଚାନ୍ଦିନୀ ମହାନ୍ତି) : କରୋନା ଲକ୍ ଡାଉନ୍ ସମୟରେ ଭାରତର ବିଭିନ୍ନ ରାଜ୍ୟରେ ରହିଥିବା ପ୍ରବାସୀ ଓଡିଆ ମାନଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ସମସ୍ତ ବନ୍ଦୋବସ୍ତ କରିଛନ୍ତି । ଏଥିନେଇ ଗତ ୨୪ ତାରିଖରେ ଏକ ସ୍ୱତନ୍ତ୍ର ୱେବ୍ ପୋର୍ଟାଲ ଖୋଲା ଯାଇଛି । ଏହି ପୋର୍ଟାଲ ଜରିଆରେ ପ୍ରବାସୀ ଓଡିଆ ମାନେ ଘରକୁ ଫେରିବା ପାଇଁ ଅନଲାଇନ୍‌ରେ ନିଜର ନାମ ପଞ୍ଜୀକରଣ କରିପାରିବେ । ସେହିପରି ବିଭିନ୍ନ ପଞ୍ଚାୟତରେ ଅଫ୍‌ଲାଇନ୍ ମାଧ୍ୟମରେ ପ୍ରବାସୀ ଓଡିଆଙ୍କ ସଂପର୍କୀୟ ମାନେ ଫର୍ମ ଜରିଆରେ ଆବେଦନ କରିବାର ବ୍ୟବସ୍ଥା କରାଯାଇଛି । ଏସବୁ କାର୍ଯ୍ୟକୁ ପରିଚାଳନା କରିବା ନେଇ ପ୍ରତ୍ୟେକ ପଞ୍ଚାୟତରେ ଜଣେ ଲେଖାଏ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରାଯାଇଛି । ଏହି ପଞ୍ଜୀକରଣ କିପରି କରାଯିବ ଏବଂ ପ୍ରବାସୀ ଓଡିଆ ମାନେ ଓଡିଶା ଫେରିବା ପରେ ସେମାନଙ୍କୁ ସାମୟିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିବା ସହ ସମସ୍ତ ବ୍ୟବସ୍ଥା କିପରି କରାଯିବ ସେନେଇ ସୋମବାର ବନ୍ତ ବ୍ଲକ ସମ୍ମିଳନୀ କକ୍ଷରେ ସମସ୍ତ ନୋଡାଲ ଅଫିସର ଓ ସହକାରୀ ଅଧିକାରୀ ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ଏଥିରେ ବିଡିଓ ରେବେକା ବିଲୁଙ୍ଗ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ନିଶିକାନ୍ତ ଖୁଣ୍ଟିଆ, କମ୍ପ୍ୟୁଟର ପ୍ରୋଗ୍ରାମର ସୁଧାଂଶୁ ବିଶ୍ୱାଳ ଯୋଗ ଦେଇ ବାହାର ରାଜ୍ୟରୁ ଆସିବାକୁ ଥିବା ପ୍ରବାସୀ ଓଡିଆ ମାନଙ୍କ ପଞ୍ଜୀକରଣ ଓ ସେମାନଙ୍କୁ ସାମୟିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯିବା ସଂପର୍କରେ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ