ପ୍ରଶାନ୍ତ ସାହୁ ହେଲେ ଜିଲ୍ଲା ସାଧାରଣ ସମ୍ପାଦକ

ବେଲଗୁଣ୍ଠା,(ସନ୍ତୋଷ ବିଷୋୟୀ):ବେଳଗୁଣ୍ଠା ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳ ବହୁ ପ୍ରତିକ୍ଷିତ ଗଞ୍ଜାମ ଜିଲ୍ଲା କର୍ମକର୍ତ୍ତାଙ୍କ ତାଲିକାକୁ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ବିଦ୍ଧିବଧ୍ୟ ଭାବେ ଘୋଷଣା କରିଛନ୍ତି। ଏହା ମଧ୍ୟରେ ବେଲଗୁଣ୍ଠା ର ବରିଷ୍ଠ ନେତା ପ୍ରଶାନ୍ତ କୁମାର ସାହୁଙ୍କୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ମନୋନୀତ କରି ଗୁରୁଦାୟିତ୍ଵ ଅର୍ପଣ କରିଛନ୍ତି। ନବୀନ ବାବୁଙ୍କ ଆଦର୍ଶକୁପାଥେୟକରି ଏକଦା ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଉପାଧ୍ୟକ୍ଷ ଦାୟିତ୍ବ ତୁଲାଇ ସେ ଜନସାଧାରଣ ଙ୍କ ପ୍ରିୟ ଭାଜନ ହୋଇଥିଲେ । ଗାତ ଦିନ ରେ ବିଜୁ ଜନତା ଦଳ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ର ସଭାପତି ଭାବେ ଗୁରୁଦାୟିତ୍ଵ ସୁଚାରୁରୂପେ ତୁଲାଇ ନବୀନ ବାବୁଙ୍କ ପ୍ରିୟ ଭାଜନ ହୋଇଥିବା ନଜିର ରହିଛି। କଲେଜ ସମୟ ରୁ ରାଜନୀତି ରେ ଯୋଗ ଦେଇ ଥିବା ଶ୍ରୀ ସହୁ ଅଂଚଳର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ପରିଚାଳନା ସଭାପତି ତଥା କିଛି ଅନୁଷ୍ଠାନ ମାନଙ୍କରେ ପରିଚାଳନା ସମିତି ସଦସ୍ୟ ରହିଛନ୍ତି। ବର୍ତମାନ ସେ ଉଭୟ ଘୁସର ଚାମ୍ୱର ଅଫ କମର୍ସ ଏବଂ ବେଲଗୁଣ୍ଠ। ବଣିକ ସଂଘ ସଭାପତି ଦାୟିତ୍ୱରେ ଅଛନ୍ତି। ତାଙ୍କୁ ଗଞ୍ଜାମ ଜିଲ୍ଲା ସମ୍ପାଦକ ଦାୟିତ୍ବ ଅର୍ପଣ କରିଥିବା ଜିଲ୍ଲା ସଭାପତି ତଥା ସୋରଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ , ସାଂସଦ ପ୍ରମିଳା ବିଷୋୟୀ ଏବଂ ସମସ୍ତ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏନେଇ ଅଞ୍ଚଳରେ ଶ୍ରୀ ସହୁ ଙ୍କୁ ଦଳର ସମସ୍ତ କର୍ମକର୍ତ୍ତା ଅଭିନନ୍ଦନ ଜାଣିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ