ପ୍ରଶାସନ ଶୁଣିଲାନି ନବକିଶୋରଙ୍କ ସହଯୋଗରେ ଉଦ୍‌ଘାଟନ ହେଲା ଜଳଛତ୍ର

ବୟାଳିଶମୌଜା,(ଯୁଗାବ୍ଦ ନ୍ୟୁଜ) : କଟକସଦର ବ୍ଲକ୍ ୪୨ମୌଜା ବ୍ରହ୍ମପୁର ଗ୍ରା.ପ.ସ୍ଥ ଶ୍ରୀରାମ ମୌଜା ଅର୍ନ୍ତଗତ କଟକ ପୂର୍ବାଂଚଳ ପୂଜା କମିଟି ଅଧିନରେ ଥିବା ୪୨ମୌଜା ଶ୍ରୀରାମ ବଜାର ପୂଜା କମିଟିର ସହଯୋଗରେ ଶ୍ରୀରାମ ବଂଶୀଧର ସ୍ମୃତି କମିଟିର ଅଧ୍ୟକ୍ଷ ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡାଙ୍କ ସହଯୋଗରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଏକ ଜଳଛତ୍ରର ଉଦ୍‌ଘାଟନ ହୋଇଯାଇଛି । ଏହି ବଜାରରେ ପାନୀୟ ଜଳର ଘୋର ଅଭାବ ଥିବା ସହ ଏକମାତ୍ର ନଳକୂପ ଖରାପ ହୋଇଯାଇଥିବାରୁ ଜିଲ୍ଲା ପ୍ରଶାସନ ବିରୁଦ୍ଧରେ ଜନ ଆନ୍ଦୋଳନ ଲାଗିରହିଛି । କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ନବକିଶୋର ପଣ୍ଡାଙ୍କ ସହିତ ଅନ୍ୟମାନଙ୍କ ମଧ୍ୟରେ ମଦନ ମୋହନ ପାଣି, ବଜାର କମିଟି ସମ୍ପାଦକ ସୂର୍ଯ୍ୟମଣୀ ଦାଶ, ପ୍ରମୋଦ ଦାଶ, ସାମାଜିକ ନ୍ୟାୟ କର୍ମୀ ତଥା ସମାଜସେବୀ ବସନ୍ତ କୁମାର ପଣ୍ଡା , ଭଗବତ ପତି, ସୁରେଶ ବେଉରା, ଟବୁନା କର, ବାବୁଲି ମୁଦୁଲି, ଲକ୍ଷ୍ମଣ ସାହୁ, ପୃଥିରାଜ ପଣ୍ଡା, ଦିଲ୍ଲୀପ ପାଣିଗ୍ରାହୀ, ଚୁଇଁ ସାହୁ, ବିଦ୍ୟାପ୍ରସାଦ ପତି, ଦିନବନ୍ଧୁ ସାମଲ, ଅକ୍ଷୟ ଦାସ, କୁକା ଦାଶ, ନିରଞ୍ଜନ ଦାସ, ଚୈତନ୍ୟ ପଣ୍ଡା ଓ ଅନ୍ୟ କର୍ମକର୍ତା ଉପସ୍ଥିତ ରହି ସମସ୍ତ ସହଯୋଗ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ