କାଳବୈଶାଖୀରେ ଅଞ୍ଚଳ ବେହାଲ  : ଦୀର୍ଘ 22 ଘଣ୍ଟା ଧରି ଅଞ୍ଚଳ ବାସୀ ଅନ୍ଧାରରେ 

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଦୀର୍ଘ ଦିନର ବ୍ୟବଧାନ ପରେ କାଳ ବୈଶାଖୀ ବର୍ଷାରେ ବେଲଗୁଣ୍ଠା ଅଞ୍ଚଳର ଲୋକେ ତାତିରୁ ମୁକ୍ତି ପାଇଥିଲେ ମଧ୍ୟ କାଳ ବୈଶାଖୀ ଝଡ଼ ଯୋଗୁଁ ବେଶ୍ କ୍ଷତିଗ୍ରସ୍ତ ମଧ୍ୟ ହୋଇଛନ୍ତି I ଆଜି ଅପରାହ୍ଣ ଦୁଇଟାରୁ ଚାରିଟା ମଧ୍ୟରେ ବେଲଗୁଣ୍ଠା ଏବଂ ଏହାର ଆଖପାଖ ଅଞ୍ଚଳରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ପବନ ହେବା ସହ ବର୍ଷା ମଧ୍ୟ ହୋଇଥିଲା I ପବନର ବେଗ ଏତେ ଜୋର୍ ଥିଲା ଯେ ବହୁ ଟିଣ ଛପର ଘର ଉଡ଼ିଯିବା ସହ ରାସ୍ତା ଉପରେ ବହୁ ଗଛ ମଧ୍ୟ ଲୋଟି ଯାଇଥିଲା I ଆଜିର କାଳ ବୈଶାଖୀ ବେଶୀ ପ୍ରଭାବିତ କରିଥିଲା ଅଞ୍ଚଳର ବିଦ୍ୟୁତ୍ ବ୍ୟବସ୍ଥାକୁ I ଝଡ଼ ପ୍ରଭାବରେ ଅଞ୍ଚଳର 15 ରୁ ଊର୍ଦ୍ଧ୍ବ ବିଦ୍ୟୁତ୍ ଖୁଣ୍ଟ ତଳେ ପଡ଼ିଯିବା ସହ ବହୁ ସ୍ଥାନରେ ତାର ମଧ୍ୟ ଛିଣ୍ଡି କ୍ଷତିଗ୍ରସ୍ତ ହୋଇଥିଲା I କ୍ଷତିର ପରିମାଣ ଏତେ ଅଧିକ ଥିଲା ଯେ ଝଡ଼ ପରେ ପରେ ବିଦ୍ୟୁତ୍ ବିଭାଗର କର୍ମଚାରୀ ମାନେ ବିଦ୍ୟୁତ୍ ଖୁଣ୍ଟ ଏବଂ ତାର ସଜାଡ଼ିବାରେ ଲାଗିଥିଲେ ମଧ୍ୟ ଦୀର୍ଘ ବାଇସି ଘଣ୍ଟା ପରେ ଅର୍ଥାତ ଶୁକ୍ରବାର 11 ଟା 30 ମିନାଟ ସମୟରେ ବିଦୂତ ଆସିବା ସହ ଅବସ୍ଥା ସ୍ଵାଭାବିକ ହୋଇଥିବା ଜଣାପଡିଛି । 22 ଘଣ୍ଟା ଧରି ଅଞ୍ଚଳବାସୀ ଅନ୍ଧକାରରେ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ