ପ୍ରାଥମିକ ଶିକ୍ଷକ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଗଣାଧାରଣା

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ୩ଦଫା ଦାବୀକୁ ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଗଣାଧାରଣ ଡାକରା ଦେଇଛି । ଏହି ଆହ୍ୱାନକ୍ରମେ ଜଗତସିଂହପୁର ଜିଲ୍ଲା ନାଉଗାଁ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନରେ କାର୍ଯ୍ୟରତ ଶିକ୍ଷକମାନେ ସୋମବାର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖୀରେ କାର୍ଯ୍ୟବନ୍ଦ ଆନ୍ଦୋଳନ ସାମିଲ ହେବା ସହିତ ଗଣାଧାରଣରେ ବସି ରହିଥିଲେ । ଯେପର୍ଯ୍ୟନ୍ତ ସେମାନଙ୍କର ଦାବୀ ପୂରଣ ନ ହେବ ସେପର୍ଯ୍ୟନ୍ତ ଧାରଣାରୁ ଓହରିବେ ନାହିଁ ବୋଲି ଫେଡେରେସନର ନାଉଗାଁ ଶାଖା ସଭାପତି କମଳଲୋଚନ ନାୟକ, ସଂପାଦକ ନରେଶ କୁମାର ସାହୁ ପ୍ରକାଶ କରିଛନ୍ତି । ଦାବିରେ ମଧ୍ୟରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଠିକା ନିଯୁକ୍ତି ଉଚ୍ଛେଦ କରିଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ସହିତ ଶିକ୍ଷା କର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ନୋସ୍‌ସ୍ନାଲ ଇନ୍‌କ୍ରେମଂଟ ପ୍ରଦାନ କରି ମୂଳ ଚାକିରୀରେ ଗଣନା କରିବା ସହିତ ଏଜ୍ସ କେଡର ଶିକ୍ଷକମାନଙ୍କୁ କେଡର ଭୁକ୍ତକରି, କଳା ଓ କ୍ରିଡା ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରାଯାଉ, ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରିୟ ହାରରେ ବେତନ ପ୍ରଦାନ କରାଯାଉ, ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା କରାଯାଉ ଆଦି ଦାବି ରହିଛି । ଏହି ଗଣାଧାରଣାରେ ଶିକ୍ଷକ ଶରତ ଚନ୍ଦ୍ର ରାଉତ, ପ୍ରବୋଧ କୁମାର ମହାନ୍ତି, ଯୁଧିଷ୍ଠିର ଜେନାଙ୍କ ସମେତ ୧୫୦ରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ