ପ୍ରେମିକାର ମୃତଦେହ ଉଦ୍ଧାର, ପ୍ରେମିକ ଗିରଫ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଦାନପୁର ଲୁଣା ନଦୀ ପୋଲରୁ ନଦୀକୁ ଡେଇଁଥିବା ପ୍ରେମୀ ଯୁଗଳଙ୍କ ମଧ୍ୟରୁ ପ୍ରେମିକ ଚିକୁନା ମଳିକ ଜୀବନ୍ତ ଉଦ୍ଧାର ହୋଇଥିବା ବେଳେ ପ୍ରେମିକା ସ୍ୱର୍ଣ୍ଣଲତା ମଳିକଙ୍କ ମୃତଦେହ ଗୁରୁବାର ବସପୁର ପଞ୍ଚାୟତର ଆରିପଦା ସ୍ଥିତ ଲୁଣା ନଦୀରୁ ଉଦ୍ଧାର କରାଯାଇଛି । ଅପରପକ୍ଷରେ ଯୁବତୀଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅକୁ ଚିକୁନା ନଦୀକୁ ଠେଲି ଦେବାରୁ ତା’ର ମୃତ୍ୟୁ ଘଟିଛି । ଯୁବତୀଙ୍କ ବାପାଙ୍କ ଅଭିଯୋଗକୁ ଭିତ୍ତିକରି ପ୍ରେମିକ ଚିକୁନାକୁ ପୋଲିସ ଗିରଫ କରିଛି । ସୂଚନା ଥାଉକି ଗତ ବୁଧବାର ସନ୍ଧ୍ୟାରେ ଉଭୟ ଚିକୁନା ଓ ସ୍ୱର୍ଣ୍ଣଲତା ଦାନପୁର ସ୍ଥିତ ଲୁଣା ନଦୀକୁ ଡେଇଁଥିଲେ । ହେଲେ ପ୍ରେମୀକକୁ ଜୀବନ୍ତ ଉଦ୍ଧାର କରାଯାଇଥିଲା ବେଳେ ପ୍ରେମିକା ନଦୀରେ ନିଖୋଜ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ