ପ୍ରେରଣା ପକ୍ଷରୁ ଜୁନ୍ ୫ରେ ରାଜ୍ୟସ୍ତରୀୟ ବୃକ୍ଷପ୍ରେମୀ ସମାବେଶ ଓ ସମସ୍ତଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଜୁନ୍ ମାସ ୫ ତାରିଖ ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମି ପକ୍ଷରୁ ରାଜ୍ୟସ୍ତରୀୟ ବୃକ୍ଷପ୍ରେମୀ ସମାବେଶ ଓ ପ୍ରତ୍ୟେକଙ୍କୁ ଦିବା ୧୦ ଘଟିକା ସମୟରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନ ପରିସରରେ ସମ୍ବର୍ଦ୍ଧିତ କରାଯିବ । ଯେଉଁମାନେ ବୃକ୍ଷରୋପଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି, ସେମାନେ ସେମାନଙ୍କର ବୃକ୍ଷରୋପଣ ପାଇଁ ଅବଦାନ ସମ୍ପର୍କରେ ଜଣାଇବା ସହ ଉକ୍ତଦିନ ଉପସ୍ଥିତ ରହି ସମ୍ବର୍ଦ୍ଧନା ଗ୍ରହଣ କରିବାକୁ ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ଏକ ପ୍ରେସ୍ ବିବୃତ୍ତିରେ ଅନୁରୋଧ କରିଛନ୍ତି । ଏ ସମ୍ପର୍କରେ ସବିଶେଷ ବିବରଣୀ ଇମେଲ ଆଇଡ଼ି-ଗ୍ଦବଭଙ୍କଚ୍ଛକ୍ଟ୍ରକ୍ସରଦ୍ଭବଦ୍ଭବଅଶଜ୍ଞବସକ୍ଷ.ମକ୍ଟଜ୍ଞରେ ପଠାଇବା ସହ ଏ ସମ୍ପର୍କରେ ସବିଶେଷ ତଥ୍ୟ ଜାଣିବା ପାଇଁ ୯୪୩୭୨୮୭୮୦୬ ନମ୍ବର ସହ ଯୋଗାଯୋଗ କରିପାରିବେ ବୋଲି ଡଃ ଶ୍ରୀଚନ୍ଦନ ଜଣାଇଛନ୍ତି । ସେହିପରି ଉକ୍ତ ଦିନ ‘ମା’ ପାଇଁ ଗଛଟିଏ’ ଲଗାଇବାକୁ ସେ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ