ପ୍ଲସ ଷ୍ଟାର ଇଞ୍ଜିନିୟରିଂ ଗୃପକୁ କେନ୍ଦ୍ରୀୟ ପୁରସ୍କାର ଘୋଷଣା

ବୁଗୁଡ଼ା, (ଅନିଲ କୁମାର ମହାରଣା) :- ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଗ୍ରାମନିବାସୀ ତଥା ପ୍ଲସ ଷ୍ଟାର ଗୃପର ମେନେଜିଙ୍ଗ ଡ଼ାଇରେକ୍ଟର ଇଞ୍ଜିନିୟର ଲକ୍ଷ୍ମୀ ପ୍ରସାଦ ନାୟକ ପ୍ରକାଶ କରି କହିଛନ୍ତି ଯେ ଜନସାଧାରଣଙ୍କ ସହଯୋଗରେ ଆମେ ପ୍ଲସ୍ ଷ୍ଟାର୍ ଗୃପ୍, ଜଗତରନାଥ ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥ ଯାତ୍ରା ଦିବସରେ ଆମ ଭାରତ ସରକାରଙ୍କ, ଜିଏସଟି ଓ ମାନବ ଅଧିକାର ବିଭାଗରୁ ପୁରସ୍କାର ହାସଲ କରିପାରିଛୁ। ଏହି ଅବସରରେ ଆମର ସମସ୍ତ ଇଣ୍ଡଷ୍ଟ୍ରିଜ୍, ରାଜ୍ୟ ଓ କେନ୍ଦ୍ର ର ସରକାରୀ କର୍ତ୍ତୃପକ୍ଷ ଏବଂ ଆମର ପ୍ଲସ୍ ଷ୍ଟାର ପରିବାରକୁ କୃତଜ୍ଞତା ଜଣାଉଛୁ । ପ୍ଲସ ଷ୍ଟାର ଗୃପ ସଙ୍ଗଠନର ସମୃଦ୍ଧି ଓ ଶୃଙ୍ଖଳିତ କାର୍ଯ୍ୟକ୍ରମ ଯୋଗୁଁ, ସେ ପରିଚାଳନା ନିର୍ଦ୍ଦେଶକ ହୋଇଥିବାରୁ ଗର୍ବିତ ବୋଲି ପ୍ରକାଶ କରିଥିଲେ । ପ୍ଲସ ଷ୍ଟାର ଇଂଜିନିୟରିଂ ପ୍ରାଇଭେଟ ଲିମିଟେଡ଼ ର ମୁଖ୍ୟ କାର୍ଯ୍ୟାଳୟ ଗୁଜରାଟର ସୁରାଟ ସହରରେ ଥିବା ବେଳେ ଓଡିଶା, ବିହାର ଓ ପଞ୍ଜାବ ରେ ମଧ୍ୟ ପ୍ଲସ ଷ୍ଟାର ଗୃପ ର ଶାଖା ଥିବା ଶ୍ରୀ ନାୟକ ପ୍ରକାଶ କରିଛନ୍ତି । ଗଞ୍ଜାମ ଜିଲ୍ଲାର ଜଣେ ଯୁବ ଶିଳ୍ପପତି ଭାରତ ସରକାରଙ୍କ ଠାରୁ ପୁରସ୍କାର ପାଇ ଓଡିଶା ପାଇଁ ଗର୍ବ ଆଣିପାରିଥିବାରୁ ବହୁ ବୁଦ୍ଧିଜୀବୀ ଉଚ୍ଚ ପ୍ରଶଂସା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ