ରଙ୍କନିଧି ସ୍ୱାଇଁ ଗୋବରା ସେବାସମବାୟ ସମିତି ଅଧକ୍ଷ ରୂପେ ଅପ୍ରତିଦ୍ୱନ୍ଦି ଭାବେ ନିର୍ବାଚିତ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ବେଲଗୁଣ୍ଠା ବ୍ଲକ ଗୋବରା ଓ ବେଣୀପଲ୍ଲୀ ପଂଚାୟତ କୁ ନେଇ ଗଠିତ ଗୋବରା ସେବା ସମବାୟ ସମିତି ର ନିର୍ବାଚନ ରେ 14 ଜଣ ନିର୍ଦେଶକ ମଧ୍ୟରୁ ରଙ୍କନିଧି ସ୍ୱାଇଁ ଅଧକ୍ଷ ରୂପେ ନିର୍ବାଚିତ ହୋଇଛନ୍ତି l ନିର୍ବାଚନ ଅଧିକାରୀ ଭାବେ ପିଇଓ ରାଜେଶ କୁମାର ବେହେରା, ସମ୍ପାଦକ ରୋହିତ କୁମାର ଭୂୟାଁ ଯୋଗ ଦେଇ ନିର୍ବାଚନ କାର୍ଯ୍ୟ ସମ୍ପାଦନ କରିଥିଲେ l ଆଜି ନିର୍ବାଚନ ରେ ରଙ୍କନିଧି ପାଇଁ ଡାଇରେଟର ଚନ୍ଦ୍ରଶେଖର ନାୟକ ପ୍ରସ୍ତାବ ଡାଇରେଟର ବିନୋଦ ବିହାରୀ ମହାନ୍ତି ସମର୍ଥକ ରହି ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା l ଜଣେ ମାତ୍ର ନାମାଙ୍କନ ଦାଖଲ ହୋଇଥିବାରୁ ନିର୍ବାଚନ ଅଧିକାରୀ ଶ୍ରୀ ବେହେରା ରଙ୍କନିଧି କୁ ଅଧକ୍ଷ ଘୋଷଣା କରିଥିଲେ l ଗୋବରା ଗ୍ରାମପଂଚାୟତ କାର୍ଯ୍ୟାଳୟ ଏକ ସମ୍ବର୍ଦ୍ଧନା ଉଛବ ପୂର୍ବତନ ସରପଞ୍ଚ ଚନ୍ଦ୍ରଶେଖର ନାୟକ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଥିଲା l ଅତିଥି ରୂପେ ଗୋବରା ସରପଞ୍ଚ ସୁପ୍ରଭା ନାୟକ, ସମିତି ସଭ୍ୟ ବିଭୁପାଦ ଜେନା, ବେଣୀପଲ୍ଲୀସରପଞ୍ଚ ଦୁର୍ଗାମାଧବ ନାୟକ, ଅଧ୍ୟାପକ ସନ୍ତୋଷ ବିଶ୍ୱାଳ, ଶିକ୍ଷାବିତ ରାମକୃଷ୍ଣ ପାତ୍ର, ବ୍ଲକ ବିଜେଡ଼ି ଉପସଭାପତି କୁଞ୍ଜବିହାରୀ ନାୟକ ଯୋଗଦେଇ ନବନିର୍ବାଚିତ ଅଧକ୍ଷ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ l ଡାଇରେଟର କବିରାଜ ସାହୁ, ସୁଦେଷ୍ଣା ସେଠୀ, ସୁକାନ୍ତି ମାହୁନ୍ତ, ଜୁ୍ରୀନାଥ ଗୌଡ଼, ମମତା ସ୍ୱାଇଁ, ପାଣୁଚରଣ ନାୟକ, ମୁରଲୀଧର ବଡ଼ତ୍ୟା, ଶଙ୍କର୍ଷଣ ନାୟକ, ଚନ୍ଦ୍ରଶେଖର ନାୟକ, ବିନୋଦ ମହାନ୍ତି, ଦେବେନ୍ଦ୍ର ଶତପଥୀ, ଈଶ୍ୱର ଚରଣ ପାଣିଗ୍ରାହୀ ଓ ବିମଳ ଚରଣ ବିଶ୍ୱାଳ ନିର୍ବାଚନ ରେ ଭାଗ ନେଇଥିଲେ l ଯୁବନେତା ହେମନ୍ତ କୁମାର ପଣ୍ଡା, କୃଷକ ନେତା ନାରାୟଣ ଗୌଡ଼, ସରୋଜ ସ୍ୱାଇଁ, ନାରାୟଣ ନାୟକ, ଧ୍ୟାନଚାନ୍ଦ ଗୌଡ଼, ରବୀନ୍ଦ୍ର ନାୟକ, ସମାଜସେବୀ ଦିଲ୍ଲୀପ ଗୌଡ଼, ଲବଣି ପ୍ରଧାନ ଉପସ୍ଥିତ ରହି ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ