ପ୍ଲାଷ୍ଟିକ ମୁକ୍ତ ହେବ ଯୋଡା ସହର!

ଯୋଡ଼ା , (ଯୁଗାଦ୍ଦ ନ୍ୟୁଜ) କେନ୍ଦୁଝର ଜିଲା ଯୋଡା ପୌରପାଳିକା ସଭାଗୃହଠାରେ ଗୁରୁବାର ଯୋଡା ପୌରପାଳିକା ପକ୍ଷରୁ ବର୍ଜ୍ୟବସ୍ତୁ ପରିଚାଳନା ଓ ପଲିଥିନ ବର୍ଜନ ଏବଂ ପ୍ଲାଷ୍ଟିକମୁକ୍ତ ନେଇ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଯୋଡା ସହରକୁ ପ୍ଲାଷ୍ଟିକ ମୁକ୍ତ କରିବା ଓ ପଲଥିନ୍ ବ୍ୟବହାର ନିଷେଧ ସମ୍ପର୍କିତ ଏହି ସଚେତନତା ବୈଠକରେ କେନ୍ଦୁଝର ପ୍ରକଳ୍ପ ନିଦ୍ଦେର୍ଶକ ଘାସିରାମ୍ ମୁର୍ମୁ , ଯୋଡା ବିଡିଓ ଦାୟିତ୍ୱରେ ଥିବା ବଡବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା , ଯୋଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ, ପରିମଳ ଅଧିକାରୀ ରାଜେନ୍ଦ୍ର କୁମାର ମିଶ୍ର ଓ ବୁଦ୍ଧିଜୀବୀ , ସ୍କୁଲ ଶିକ୍ଷକ, ମାର୍କେଟ କମିଟି , ଭେଣ୍ଡର କମିଟି ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାସଦସ୍ୟ ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଯୋଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ ପରିଚାଳନା କରିଥିଲେ । ଅକ୍ଟୋବର ୨ତାରିଖଠାରୁ ପଲିଥିନ୍ ବ୍ୟବହାରକୁ ଆଇନଗତ ଭାବେ ନିଷେଧ କରାଯାଇଥିବାରୁ ଯୋଡା ପୌରପାଳିକାରେ ଶତକଡା ୭୫ ପ୍ରତିଶତ କାର୍ଯ୍ୟକାରିତାରେ ସଫଳ ହୋଇଛି । ସହରକୁ ସମ୍ପୂର୍ଣ୍ଣ ଭାବେ ପଲିଥିନମୁକ୍ତ କରି ସ୍ୱଛ ଯୋଡା ସହର ଗଠନ କରିବାରେ ସ୍ଥାନୀୟ ଜନସାଧାରଣ , ବୁଦ୍ଧିଜିବୀ ଙ୍କ ସହ ଯୋଗ ଏକାନ୍ତ ଆବଶ୍ୟକ ଏବଂ ଏଥିପାଇଁ ଜନସାଧାରଣଙ୍କୁ ସଚେତନ କରାଇବା ଦିଗରେ ସମସ୍ତଙ୍କର ଭୂମିକା ଲୋଡା ବୋଲି ବୈଠକରେ ଆଲୋଚନା ହୋଇଥିଲା । ବ୍ୟବସାୟୀମାନେ ପଲିଥିନରେ୍ ସାମଗ୍ରୀ ନଦେଇ ନିଜ ଦୋକାନରେ ବ୍ୟାଗ ରଖି ଗ୍ରାହକୁ ମାନଙ୍କୁ ବ୍ୟାଗରେ ସାମଗ୍ରୀ ପ୍ରଦାନ କଲେ ପଲଥିନ୍ ବ୍ୟବହାର ହ୍ରାସ ପାଇପାରିବ ଏବଂ ୫ହଜାର ବର୍ଗଫୁଟ ଏରିଆରେ ସ୍ଥାପିତ ହୋଇଥିବା ଘର, ଅନୁଷ୍ଠାନ କିମ୍ବା କାର୍ଯ୍ୟାଳୟ ଗୁଡିକ ବର୍ଜ୍ୟବସ୍ତୁକୁ ନିଜେ ପରିଚାଳନା କରିବାର ନିୟମ ରହିଥିବା ପ୍ରମୁଖ ବୈଠକରେ ଆଲୋଚନା ହୋଇଥିଲା । ପଲିଥିନ୍ ବ୍ୟବହାର ନିୟମର ପାଳନକାରୀଙ୍କୁ ପୌରପାଳିକା ପକ୍ଷରୁ ପୁରଷ୍କୃତ କରାଯାଇ ପ୍ରୋତ୍ସାହିତ କରାଯିବାର ବ୍ୟବସ୍ଥା ରହିଛି ଏବଂ ବର୍ଜ୍ୟବସ୍ତୁ ପରିଚାଳନା ଓ ପଲିଥିନ୍ ବର୍ଜନ ନେଇ ରହିଥିବା ନିୟମକୁ ଉଲଂଘନ କଲେ ଯୋଡା ପୌରପାଳିକା ପକ୍ଷରୁ ଉଲଂଘନକାରୀଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୈଠକରେ ଯୋଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ