ପୱନ ମୁଞ୍ଜଲ୍ଙ୍କୁ ଏସିଆ ପାସିଫିକ୍ ଗଲ୍ଫ ହଲ୍ ଅଫ୍ ଫେମ୍ ସମ୍ମାନ
ବିଶ୍ୱର ବୃହତ୍ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋ କର୍ପ ଲିଃ.ର ଅଧ୍ୟକ୍ଷ, ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ପୱନ ମୁଞ୍ଜଲଙ୍କୁ ଗଲ୍ଫ ଖେଳର ବିକାଶ ପାଇଁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସମ୍ମାନ ଜନକ ଏସିଆ ଗଲ୍ଫ ହଲ୍ ଅଫ୍ ଫେମ୍-୨୦୧୯ ସମ୍ମାନରେ ସମ୍ମାନୀତ କରାଯଇଛି । ବାହାମାସ୍ ସ୍ଥିତ ଆଲବାନିଠାରେ ହିରୋ ୱାଲ୍ଡ ଚ୍ୟାଲେଞ୍ଜ୍ ଅବସରରେ ଟାଇଗର ଉଡସ୍ଙ୍କ ନିମନ୍ତ୍ରଣ ରକ୍ଷା କରି ମୁଞ୍ଜଲ୍ ସେଠାରେ ଯୋଗଦେଇଥିଲେ । ଏହି ସମ୍ମାନ ପ୍ରଦାନ ଉତ୍ସବରେ ଗଲ୍ଫର ଜ୍ୟାକ୍ ନିକ୍ଲାସ୍, ଗ୍ରେ ପ୍ଲୋୟାର, ଡ. ଡେଭିଡ୍ ଚୁ ପ୍ରମୁଖ ଉପସ୍ଥିତ ଥିଲେ । ୠତ ୨୦ ବଷରୁ ଅଧିକ ସମୟ ଧରି ମୁଞ୍ଜଲ୍ ଗଲ୍ଫର ବିକାଶ ପାଇଁ ବିଶ୍ୱବ୍ୟାପି ପ୍ରୟାସ ଜାରି ରଖିଛନ୍ତି । ତାଙ୍କର ଏଭଳି ଅବଦାନ ନିମନ୍ତେ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହି ଅବସରରେ ଏସିଆନ୍ ଗଲ୍ଫ ହଲ୍ ଅଫ୍ ଫେମ୍ ମାଲିକ ତଥା ଏସିଆ ପାସିଫିକ୍ ଗଲ୍ଫ ଗ୍ରୁପ୍ ର ସିଇଓ ମାଇକ୍ ସେବାଷ୍ଟିଆନ୍ କହିଲେ, ପୱନ ମୁଞ୍ଜଲ୍ ଗଲ୍ଫ ର ବିକାଶ ପାଇଁ ବହୁ କାର୍ଯ୍ୟ କରିଛନ୍ତି । ବିଶ୍ୱ ସ୍ତରରେ ଗଲ୍ଫକୁ ପରିଚିତି ପାଇଁ ତାଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ । ସେ ସାମାଜିକ ଆର୍ଥିକ ବିକାଶ କ୍ଷେତ୍ରରେ ମଧ୍ୟ ବହୁ କାର୍ଯ୍ୟ ସମ୍ପାଦିତ କରିଛନ୍ତି । ଏସିଆ ପାସିଫିକ୍ ଗଲ୍ଫ ହଲ୍ ଅଫ୍ ଫେମ୍ ସ୍ଥାୟୀ ଭାବେ ଚାଇନାର ଶେନ୍ଝେନ୍ ସ୍ଥିତ ଡ. ଡେଭିଡ୍ ଚୁ ଗଲ୍ଫ ମ୍ୟୁଜିୟମ୍ରେ ସ୍ଥାପିତ ହୋଇଛି । ଏନେଇ ଏକ ଉତ୍ସବ ୨୦୧୯ ନଭେମ୍ବର ୬ ତାରିଖରେ ଭାରତ ଗୁରୁଗ୍ରାମରେ ଏସିଆନ୍ ଗଲ୍ଫ ଆୱାର୍ଡ ଗାଲା ବଙ୍କେଟ୍ରେ ଅନୁଷ୍ଠିତ ହେବ ।
ପୱନ ମୁଞ୍ଜଲ୍ ଫୁଟବଲ୍ ଗଲ୍ଫ ଏବଂ କ୍ରିକେଟର ବିକାଶ ପାଇଁ କାର୍ଯ୍ୟ ଜାରି ରଖିଛନ୍ତି । ଏସିଆରେ ଗଲ୍ଫର ବିକାଶ ପାଇଁ ଦୀର୍ଘଦିନର ଅବଦାନ ନିମନ୍ତେ ମୁଞ୍ଜଲଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।


