ଓଡିଶା ଜଙ୍ଗଲ ମଞ୍ଚର ନୂତନ କର୍ମକର୍ତ୍ତା

ଭୂବନେଶ୍ୱର: ରାଜ୍ୟରେ ଜଙ୍ଗଲ ପରିବେଶ ସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନ ଏବଂ ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରିତା ନେଇ କାର୍ଯ୍ୟରତ ପ୍ରମୁଖ ଲୋକ ସଂଗଠନ ଓଡିଶା ଜଙ୍ଗଲ ମଞ୍ଚର ନୂତନ କର୍ମକର୍ତ୍ତା ଶନିବାର ପାତ୍ରପଡା କଳିଙ୍ଗବିହାରସ୍ଥିତ ‘ଅଧିକାର’ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ନୂତନ ସଭାପତି ଭାବରେ ଢେଙ୍କାନାଳର ବାଉରୀବନ୍ଧୁ ରାଉତ ଏବଂ ସାଧାରଣ ସମ୍ପାଦକ ଭାବରେ ନୟାଗଡର ନିତ୍ୟାନନ୍ଦ ପ୍ରଧାନଙ୍କୁ ମନୋନୀତ କରାଯାଇଛି । ସେହିପରି ଉପ-ସଭାପତି ଭାବରେ ମୟୂରଭଂଜର ବିଷ୍ଣୁନାଥ ପୂର୍ତ୍ତି, ସହସମ୍ପାଦକ ଭାବେ ଢେଙ୍କାନାଳର ଶିଶିର ଶତପଥୀ ଏବଂ କୋଷାଧ୍ୟକ୍ଷ ଭାବେ ବଲାଙ୍ଗିର ର କୂଳମଣି ସାହୁଙ୍କୁ ମନୋନୀତ କରାଯାଇଛି । କାର୍ଯ୍ୟକାରୀ କମିଟିରେ ଅନୁଗୋଳର ଦିଲ୍ଲିପ କମୁାର ସାହୁ,କଳାହାଣ୍ଡିର ଲୋଚନ ତାଣ୍ଡି, ନୟାଗଡର ରବିନ୍ଦ୍ର ସୁବୁଦ୍ଧି, କଟକର ସୁରେନ୍ଦ୍ର ସାହୁ, ସୁୁନ୍ଦରଗଡର ଅଶ୍ୱୀନି ମହାନ୍ତ,ଦେବଗଡର ବଂଶୀଧର ସାହୁ, ସମ୍ବଲପୁର ର ପ୍ରଗତି ଅପା ଏବଂ ବଳାଙ୍ଗିର ର ସୋମନାଥ ପଟେଲ ମନୋନୀତ ହୋଇଛନ୍ତି । ଏଥିରେ ରାଜ୍ୟର ୨୦ ଟି ଜିଲାର ଜଙ୍ଗଲ ସୁରକ୍ଷା କମିଟିର ପ୍ରତିନିଧି ମାନେ ଯୋଗ ଦେଇ ୫ମ ଅନୁଛେଦ ଅଞ୍ଚଳରେ ଆସୁଥିବା ୧୩ ଗୋଟି ଜିଲାରେ ଜଙ୍ଗଲ ଅଧିକାର ଆଇନ ୨୦୦୬ କୁ ସଠିକ ଭାବରେ କାର୍ଯ୍ୟକାରୀ କରାଯାଉ ନଥିବାରୁ ଉଦବେଗ ପ୍ରକାଶ କରିଥିଲେ । ମାନ୍ୟବର ସୁପ୍ରିମକୋର୍ଟଙ୍କ ୧୩ ଫେବୃୟାରୀ ୨୦୧୯ ଆଦେଶ ଅନୁଯାୟୀ ବିଭିନ୍ନ ଜିଲା ମାନଙ୍କରେ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ଦାବିଦାର ମାନଙ୍କର ଦାବି କୁ ଖାରଜ କରିବା ନୋଟିସ ଜାରି କରିବା ସହିତ ଆଇନର ପ୍ରାବଧାନ କୁ ଉଲ୍ଲଂଘନ କରି ଦାବି ଖାରଜ ପ୍ରକିୟା କୁ ତ୍ୱରାନ୍ୱିତ କରାଯାଉଥିବାରୁ ବୈଠକରେ ଉଦବେଗ ପ୍ରକାଶ ପାଇଛି । ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଅନୁସୂଚିତ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ, ଅନ୍ରାନ୍ୟ ପରମ୍ପରିକ ବନବାସୀଙ୍କ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ଦାବି ନାକଚ ଓ ତତ୍ଜନିତ ଉଚ୍ଛେଦ କୁ ବନ୍ଦ କରିବା ପାଇଁ ମହାମହିମ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିବା ପାଇଁ ମଞ୍ଚ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ